ସମାଜସେବୀ ଭବେଷ ଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳୀ

କେନ୍ଦ୍ରାପଡ଼ା,୧୪/୦୭/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ପୌରାଂଚଳ ଅଧିନ ୧୧ନମ୍ବର ୱାର୍ଡର ପୂର୍ବତନ କାଉନସିଲର ତଥା ସମାଜସେବୀ ଭବେଷ ଚାନ୍ଦଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳୀ ସଭା ସାନ୍ତସାହି ସ୍ଥିତ ବଳଦେବଜୀଉ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ସ୍ୱର୍ଗତ ଚାନ୍ଦଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ସ୍ୱର୍ଗତ ଚାନ୍ଦ ଜଣେ ବିଶିଷ୍ଟ ସମାଜସେବୀ ଓ ଫୁଟବଲ ଖେଳାଳୀ ଭାବେ ସାଧାରଣରେ ପରିଚିତ ଥିଲେ ।

ସେ ନ୍ୟାସନାଲ କ୍ଲବ ଓ ମର୍ଣ୍ଣିଷ୍ଟାର କ୍ଲବ ପକ୍ଷରୁ ଫୁଟବଲ ଖେଳୁଥିଲେ । ତାଙ୍କୁ କେନ୍ଦ୍ରାପଡା ବାସୀ ଆଦରର ସହ ବାବୁଆ ଭାଇ ବୋଲି ସମ୍ବୋଧନ କରୁଥିଲେ । ଏହି ସଭାରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ବିଜେପି ନେତ୍ରୀ ଗିତାଞ୍ଜଳୀ ସେଠୀ, ଯୁବ ନେତା ରଞ୍ଜିତ ସାହୁ, ଯୁବନେତା ରାଜେଶ ପଣ୍ଡା, କାଉନସିଲର ଅଭୟ କୁମାର ବେହେରା, କାଳି ପ୍ରସାଦ ମିଶ୍ର, ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, ମଙ୍ଗଳ ବରଣ ସିଂ, ଭାଇ ସୁବାସ ଚାନ୍ଦ, ସମୀର ଚାନ୍ଦ, ସୁକୁମାର ଚାନ୍ଦ, ଶମ୍ଭୁ ଚାନ୍ଦ ଓ ବିବେକ ଚାନ୍ଦ ପ୍ରମୁଖ ସ୍ୱର୍ଗତ ଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *