ବୃତ୍ତି ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଦୀପଙ୍କରଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

ଦଶରଥପୁର,୦୨/୦୧/୨୦୨୫ (ଓଡ଼ିଶା ସମାଚାର)- ଦଶରଥପୁର ବ୍ଲକ ଡାହାଣହତା ପଞ୍ଚାୟତ ବଉଳାଙ୍ଗ ସ୍ଥିତ ବଉଳାଙ୍ଗ ସରକାରୀ ପ୍ରାଥମିକ ବିଦ୍ୟାଳୟରେ  ୪ ଶ୍ରେଣୀରେ ଅଧ୍ୟୟନ ରତ ଛାତ୍ର ଦୀପଙ୍କର ସତପଥୀ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ତୃତୀୟ ସ୍ଥାନ ଅଧିକାର କରି କୃତିତ୍ୱ ହାସଲ କରିବା ପରେ ଆଜି ବିଦ୍ୟାଳୟ ପକ୍ଷରୁ କୃତ୍ତି ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ  ଡାହାଣହତା ପଞ୍ଚାୟତର ସରପଞ୍ଚ  ପଦ୍ମାବତୀ ବିଶ୍ୱାଳ, ମୁଖ୍ୟ ବକ୍ତାଭାବେ  ମଧୁପୁର ଆଞ୍ଚଳିକ ସମ୍ବଳ କେନ୍ଦ୍ରର ସଂଯୋଜକ ଅଶୋକ କୁମାର ସାହୁ, ସମ୍ମାନିତ ଅତିଥିଭାବେ ସହକାରୀ ଶିକ୍ଷୟତ୍ରୀ  ବୈଜୟନ୍ତୀ ରାଉତ, ସହକାରୀ ଶିକ୍ଷକ  ପ୍ରବିର କୁମାର ଦାସ  ପ୍ରମୁଖ ଯୋଗଦେଇ  କୃତ୍ତିତ୍ବ ହାସଲ କରିଥିବା  ଦୀପଙ୍କର ଶତପଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ  ।

Leave a Reply

Your email address will not be published. Required fields are marked *