ଶୁଶୁର, ଦିଅର ବିରୁଦ୍ଧରେ ଅଭିଯୋଗ
କେନ୍ଦ୍ରାପଡ଼ା, ୧୪/୦୭/୨୦୨୫(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ବାରିମୂଳ ଖଣ୍ଡାସାହି ଗ୍ରାମର ଜଣେ ମହିଳାଙ୍କ ଉପରେ ପେଟ୍ରୋଲ ଢାଳି ହତ୍ୟା କରାଯିବା ଉଦ୍ୟମ ହୋଇଛି । କିନ୍ତୁ ପିଡିତା ଅଳ୍ପକେ ବର୍ତି ଯାଇଛନ୍ତି । ଏହାସହ ସଂପୃକ୍ତ ମହିଳାଙ୍କୁ ଶୁଶୁର ଓ ଦିଅରମାନେ ମାଡମାରି କ୍ଷତାକ୍ତ କରିଛନ୍ତି ।
ଏନେଇ ପିଡିତା ସଦର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଏହାକୁ ଗୁରୁତ୍ୱ ଦେଉନାହିଁ । ତେଣୁ ବାଧ୍ୟ ହୋଇ ପିଡିତା ଏସମ୍ପର୍କରେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା କହିଛନ୍ତି । ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ ଅଭିଯୋଗପତ୍ର ଗ୍ରହଣ କରିଥିଲେ । ଏଥିସହ ଅଭିଯୋଗର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ଅତିରିକ୍ତ ଜିଲାପାଳ ଶ୍ରୀ ମଲ୍ଲିକ ନିର୍ଦେଶ ଦେଇଥିବା ଜଣାପଡିଛି ।
