ଗରଦପୁର, ୧୧/୦୪/୨୦୨୪ (ଓଡ଼ିଶା ସମାଚାର)- ରମଜାନ୍ ହେଉଛି ମୁସଲମାନ ସମ୍ପ୍ରଦାୟର ସବୁଠାରୁ ପବିତ୍ର ମାସ । ଏହି ସମୟରେ ମୁସଲମାନ ଭାଇ ଭଉଣୀମାନେ ରୋଜା (ଉପବାସ) ରଖିଥାନ୍ତି ଓ ଦାନ ଧର୍ମ ମଧ୍ୟ କରିଥାନ୍ତି ।
ହିନ୍ଦୁ ଓ ମୁସଲମାନ ଭାଇମାନେ ଏକାଠି ହୋଇ ଇଫତାର ପାର୍ଟିର ଆୟୋଜନ କରି ରୋଜା ଫିଟାଇଥାନ୍ତି । ଏହା ଭାଇ ଚାରାର ପରମ୍ପରା । ତେବେ ଏହି ରମଜାନ୍ ମାସ ଶେଷ ହୋଇଛି । ଆଜି ବିଭିନ୍ନ ମସଜିଦ୍ ରେ ସମୂହ ନମାଜ ପାଠ ହୋଇଥିଲା । ଗରଦପୁର ବ୍ଲକ୍ ର ପାଟକୁରା, ତେଣ୍ଡାକୁଡ଼ା, ନଇନପୁର, ପଳସୁଧା ,ତଳକୁସୁମା
ଆଦି ସ୍ଥାନରେ ମୁସଲିମ ଭାଇମାନେ ସମୂହ ନମାଜ ପାଠ କରିବା ପରେ ହିନ୍ଦୁ ଭାଇମାନେ ମୁସଲମାନ ଭାଇ ମାନଙ୍କୁ ଭେଟି ଇଦ ର ଶୁଭେଛା ଜଣାଇଥିଲେ । ଏହି କ୍ରମରେ ତେଣ୍ଡାକୁଡ଼ା ଠାରେ ବିଜେଡ଼ିର ବିଧାୟକ ପ୍ରାର୍ଥି ଅରବିନ୍ଦ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ବାସୁଦେବ ବେହେରା, ପୂର୍ବତନ ସରପଂଚ ରବିନ୍ଦ୍ରନାଥ ମହାନ୍ତି, ପୂର୍ବତନ ସରପଂଚ ରବିନ୍ଦ୍ର ମହାପାତ୍ର, ସମିତି ସଭ୍ୟ ରାକେଶ ମହାପାତ୍ର, ପୂର୍ବତନ ସରପଂଚ ଅଶୋକ ଜେନା,ଅବ୍ଦୁଲ କାଲାମ (ମୁନା ସର୍ଦ୍ଧାର), ମିର ଗୋଲାମ ଜିଲାନୀ , ପ୍ରତାପ ପାଣି, ଦେବରାଜ ମହାନ୍ତି , ମମତାଜ ଅଲୀ ପ୍ରମୁଖ ହିନ୍ଦୁ ଓ ମୁସଲମାନ ଭାଇ ମାନେ ଉପସ୍ଥିତ ରହି ସମସ୍ତଙ୍କୁ ଇଦ ମୁବାରକ ଜଣାଇଥିଲେ ।
ଗରଦପୁର ଅଂଚଳରେ ଇଦ୍ ପର୍ବ ପାଳିତ
