ସାନଭାଇ ସ୍ୱୟମ ସଙ୍କେତ ର ଶ୍ରାଦ୍ଧ ବାର୍ଷିକୀ ରେ ଚାରା ରୋପଣ କରାଇ ସ୍ମୃତି ସାଉଣ୍ଟିଲେ ବଡ଼ ଭାଇ ସମାଜସେବୀ ସ୍ୱରୁପ ସୁମନ

କଟକ ସଦର, ୧୪/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତବର୍ଷ ଠିକ୍ ଆଜିର ଦିନରେ କଟକ ସଦର ଅନ୍ତର୍ଗତ ଅରିଲୋ ଗ୍ରାମର ଯୁଵ ସମାଜସେବୀ ସ୍ୱରୁପ ସୁମନ ଦାସଙ୍କ ସାନଭାଇ ଛାତ୍ର ସ୍ୱୟମ ସଙ୍କେତ ଦାସ ଚୌଦ୍ୱ।ର ଡମଡମାଣି ଡ୍ୟାମରେ ଭାସିଯାଇ ଅକାଳ ମୃତ୍ୟୁବରଣ କରିଥିଲେ।

ଆଜି ସୋମବାର ଦିନ ତାଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧ ଅବସରରେ ସ୍ମୃତି କମିଟି ପକ୍ଷରୁ ଯୁବ ସମାଜସେବୀ ସ୍ୱରୁପ ସୁମନ ଙ୍କ ତତ୍ତ୍ୱାବଧାନରେ ସ୍ୱୟମ ସଙ୍କେତ ଙ୍କ ସ୍ମୃତି ରକ୍ଷା ପାଇଁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବିମଳ ପଣ୍ଡା, ସରୋଜ ବାରିକ୍, ହୃଷିକେଶ ସାମଲ, ଲକ୍ଷ୍ମୀଧର ଜେନା, ଦୂର୍ଗା ମାଧଵ ସାହୁ, ଅନନ୍ତ ନାଥ, ପ୍ରଶନ୍ନ ପାଣିଗ୍ରାହୀ, ଶଙ୍କର୍ଷଣ ଦାସ, ଜ୍ୟୋତି ପ୍ରକାଶ ନନ୍ଦ, ଜଗନ୍ନାଥ କୁଅଁର,ତାପସ ମଣ୍ଡଳ,କାଳି କିଙ୍କର ପାଇକ, ପ୍ରମୋଦ ସାହୁ, ହେମନ୍ତ ଖଣ୍ଡୁଆଳ,ସୈ।ମ୍ୟରଂଜନ ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ ସହିତ ଚାରା ରୋପଣ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *