ପାରିଶ୍ରମିକ ପାଇଁ ବିଧାୟକଙ୍କୁ ଭେଟିଲେ ଜି,ପି,ଏଲ,ଏଫ୍, ସଂଘ , ଦେଲେ ଦାବି ପତ୍ର 

ଯାଜପୁର , ୨୮/୧୦/୨୦୨୪ (ଓଡ଼ିଶା ସମାଚାର /ସୁରେଶ କର)-ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସଫଳ ରୂପାୟନ ନିମନ୍ତେ ଜିପିଏଲଏଫ ସଂଘ ପଞ୍ଚାୟତ ସ୍ତରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସେମାନଙ୍କୁ ମଧ୍ୟ ସରକାରଙ୍କ ତରଫରୁ ପାରିଶ୍ରମିକ ବାବଦରେ ପ୍ରତିମାସ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ। ମାତ୍ର ମିଶନଶକ୍ତିର କାର୍ଯ୍ୟରତ ଏହି ମହିଳା କର୍ମଚାରୀ ମାନେ ଦୀର୍ଘ ସାତ ମାସ ଧରି ସେମାନଙ୍କ ପାରିଶ୍ରମିକ ପ୍ରାପ୍ୟ ଅର୍ଥ ନ ପାଇବା ଯୋଗୁଁ ବାରମ୍ବାର ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତାହା ଫଳପ୍ରଦ ନ ହେବାରୁ ସେମାନେ ମିଳିତ ଭାବେ ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ ଙ୍କୁ ଆଜି ବ୍ଲକ ପରିସରରେ ଭେଟି ସେମାନଙ୍କର ସମସ୍ୟା ସମାଧାନ କରିବା କ୍ଷେତ୍ରରେ ଲିଖିତ ଭାବେ ଅଭିଯୋଗ କରିଥିବାର ଜଣା ପଡ଼ିଛି। ସେମାନଙ୍କ ଲିଖିତ ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ଯାଜପୁର ଙ୍କ ସହିତ ଆଲୋଚନା କରିବା ସହିତ  ମିଶନ ଶକ୍ତିର ଦାୟିତ୍ୱରେ ଥିବା ଉଚ୍ଚ ସ୍ତରୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରି ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି  ବିଧାୟକ ଶ୍ରୀ ମଲ୍ଲିକ ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *