ସମ୍ବଲପୁର, ୧୩/୦୭/୨୦୨୫ (ଓଡ଼ିଶା ସମାଚାର)- ଆଜି ରବିବାର ହୀରାକୁଦ ଜଳଭଣ୍ଡାରର ଏକକାଳୀନ ୬ଟି ସ୍ଲୁଇସ୍ ଗେଟ୍କୁ ବନ୍ଦ କରାଯାଇଛି। କ୍ରମଶଃ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଉ ଥିବାରୁ ରବିବାର ସକାଳ ୮ଟାରେ ପ୍ରଥମେ ୨ଟି ଓ ପରେ ପୂର୍ବାହ୍ନ ୧୧ଟାରେ ଆଉ ୪ଟି ମିଶି ମୋଟ୍ ୬ଟି ସ୍ଲୁଇସ୍ ଗେଟ୍କୁ ବନ୍ଦ କରାଯାଇଛି। ବର୍ତ୍ତମାନ ମୋଟ୍ ୮ଟି ସ୍ଲୁଇସ୍ ଗେଟ୍ ଜରିଆରେ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କରାଯାଉଛି।
ହୀରାକୁଦ ଜଳଭଣ୍ଡାରର ୮ଟି ଗେଟ୍ ରେ ବନ୍ୟାଜଳ ନିଷ୍କାସନ କରାଯାଉଛି
