ଗରଦପୁର, ୧୭/୦୯/୨୦୨୬ (ଓଡ଼ିଶା ସମାଚାର)- ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଙ୍କୁ ଗତ କିଛଦିନ ତଳେ ସାମାଜିକ ଗଣ ମାଧ୍ୟମ ରେ ଜନବାର୍ତା ନାମକ ଏକ ନିର୍ଦ୍ଧିଷ୍ଟ ଫେସବୁକ୍ ଆଇଡି ରେ ଅଶ୍ଳୀଳ ସଙ୍ଗୀତ ମାଧ୍ୟମ ରେ ବିଧାୟକ ଙ୍କ ଫଟୋ କୁ ଯୋଡ଼ି କଦର୍ଥ କରି ଅପ ପ୍ରଚାର କରି କିଛି ଦୃର୍ଦୃତ ବଦନାମ କରୁଥିବା ନଜରକୁ ଆସିବା ପରେ ଗତ କାଲି ଏବଂ ଆଜି ପାଟକୁରା ଏବଂ କୁଦାନଗରୀ ଥାନା ରେ ଦୁଇଟି ଅଭିଯୋଗ ହୋଇଛି ।
ପ୍ରଥମେ ତିକନପୁର ସରପଂଚ ଅମିୟ ରଞ୍ଜନ ନାୟକ ପ୍ରମୋଦ ସ୍ୱାଇଁ ଓ ସାର୍ଥକ ମାନେ କୁଦାନଗରୀ ଥାନା ରେ ଲିଖିତ ଅଭିଯୋଗ କରିବା ପରେ ଆଜି ବିଧାୟକଙ୍କ ସମର୍ଥକ ଅବନୀ ମାହାପାତ୍ର , ଶୈଳେନ୍ଦ୍ର ମହାନ୍ତି ,କ୍ଷୀରୋଦ ମହାନ୍ତି , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଲୀପ ସାହୁ , ରମାକାନ୍ତ ବେହେରା ଗଙ୍ଗାଧର ମିଶ୍ର, ପ୍ରତାପ ସ୍ୱାଇଁ, ଶିବ ପ୍ରସାଦ ପାଣି. ରଜେନ୍ଦ୍ରସ୍ୱାଇଁ ,ବାବୁ ବାରିକ ପ୍ରମୂଖ ବିଭିନ୍ନ ପଂଚାୟତ ର ଜନପ୍ରତିନିଧି ମାନଙ୍କ ସହ ମିଶି ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
