ପ୍ରାଧ୍ୟାପକ ଡକ୍ଟର ଅଜୟ କୁମାର ରାଉତ ସମ୍ବର୍ଦ୍ଧିତ

ପାଟକୁରା ୧୨/୦୭/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ର ବିଶିଷ୍ଟ ଶିକ୍ଷାବିତ ପ୍ରାଧ୍ୟାପକ ଡକ୍ଟର ଅଜୟ କୁମାର ରାଉତଙ୍କୁ ଗରଦପୁର ବ୍ଳକ ବଙ୍ଗାରି ଅନ୍ଧବର ସାଂସ୍କୃତିକ ପରିଷଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡା ସ୍ଥିତ କେନେଡି ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ଶିକ୍ଷା ଓ ସାମାଜିକ ସଶକ୍ତି କରଣ ଉପରେ ଅଧିକ ସହଯୋଗୀତା ପାଇଁ ଏହି ସମ୍ମାନ ଜନକ ଉପାଧି ଡକ୍ଟରଏଟ ପ୍ରଦାନ କରାଯାଇଛି ।

ଏହି ପରିପ୍ରେକ୍ଷୀ ରେ ଡକ୍ଟର ରାଉତଙ୍କୁସମ୍ମାନିତ କରିବା ପାଇଁ ଅନ୍ଧବର ସାଂସ୍କୃତିକ ପରିଷଦ ତରଫରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଗୋଲେକ ଚନ୍ଦ୍ର ସ୍ୱାଇଁ ଅଧ୍ୟକ୍ଷତା କରିଥିବାବେଳେ ପରିଷଦ ସଭାପତି ପ୍ରହଲ୍ଲାଦ ସାହୁ ସଭା ସଂଚାଳନ କରିଥିଲେ । ଡକ୍ଟର ରାଉତଙ୍କ ର କେନ୍ଦ୍ରାପଡା ଜିଲ୍ଲାରେ ଶିକ୍ଷକ୍ଷେତ୍ରରେ ବିଶେଷ ଅବଦାନ ଥିବାବେଳେ ଜିଲ୍ଲା ମଧ୍ୟରେ ହେଉଥିବା ବିଭିନ୍ନ ସାମାଜିକ କାର୍ୟ୍ୟକ୍ରମରେ ସେ ବହୁତ ଆଗରେ ରହି କାର୍ୟ୍ୟକ୍ରମ ଜାରି ରଖିଛନ୍ତି । ବନ୍ୟା, ବାତ୍ୟା, ଅନ୍ୟାନ୍ୟ ବିପତ୍ତି ବେଳେ ଡକ୍ଟର ରାଉତ ଲୋକଙ୍କ ପାଖରେ ଛିଡ଼ାହୋଇ ସାହାଯ୍ୟ ର ହାତ ବଢ଼ାନ୍ତି । ଏତତ ବ୍ୟତୀତ ସମାଜରେ ଅବହେଳିତ ଓ ଆର୍ଥିକ ଦୁରବସ୍ଥାଦେଇ ଗତିକରୁଥିବା ଗରିବ ଗୁରୁବା ଙ୍କ ଚିକିତ୍ସାପାଇଁ ମଧ୍ୟ ସହାୟତାର ହାତ ବଢ଼ାନ୍ତି । ଗରିବ ମେଧାବୀ ବିଦ୍ୟାର୍ଥୀଙ୍କୁ ମଧ୍ୟ ପାଠ ପଠାରେ ଆର୍ଥିକ ସହାୟତା କରନ୍ତି । ଏହି ଗୁଣ ପାଇଁ ସେ କେନ୍ଦ୍ରାପଡା ଜିଲ୍ଲାରେ ବେଶ ଲୋକପ୍ରିୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ମୂଖ୍ୟ ଅତିଥି ଭାବେ ତଳକୁସୁମା ଗ୍ରାମ ପଞ୍ଚାୟତ ର ସରପଂଚ ପ୍ରଭାତ ନଳିନୀ ଜେନା ଯୋଗଦାନ କରିଥିଲେ । ମୂଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମାଧବାନନ୍ଦ ନାୟକ ଯୋଗଦାନ କରିଥିଲେ । ସମ୍ମାନିୟ ଅତିଥି ଭାବେ ମହେନ୍ଦ୍ର ଦାସ ,ଅନ୍ୟତମ ଅତିଥି ଭାବେ ଅଶୋକ କୁମାର ଜେନା, ପ୍ରତାପ ଜେନା, ଆଦିକନ୍ଦ ଲେଙ୍କା,ଭୁବନ ମୋହନ ଜେନା, ଜ୍ୟୋତିଷ ପରିଜା,ନରୋତ୍ତମ ପରିଡା ପ୍ରମୁଖ ଯୋଗଦାନ କରି ଶିକ୍ଷା ଓ ସମାଜସେବା ତଥା ଅନ୍ଧବର ସାଂସ୍କୃତିକ ପରିଷଦ ପ୍ରତି ତାଙ୍କର ଥିବା ସହଯୋଗ ଉପରେ ଆଲୋଚନା କରିଥିଲେ । ଏହି କାର୍ୟ୍ୟକ୍ରମ ରେ ଗରଦପୁର ବ୍ଳକ ଅଞ୍ଚଳର ବହୁ ଜ୍ଞାନୀ ଗୁଣି ବ୍ୟକ୍ତି ତଥା ଅନ୍ଧବର ସାଂସ୍କୃତିକ ପରିଷଦ ର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ । ଯୁକ୍ତରାଷ୍ଟ୍ର ଆମେରିକାର କେନେଡି ବିଶ୍ୱବିଦ୍ୟାଳୟ ଭଳି ଏକ ଖ୍ୟାତି ସମ୍ପନ୍ନ ବିଶ୍ୱବିଦ୍ୟାଳୟରୁ ଏହି ସମ୍ମାନ ଜନକ ଉପାଧି ପାଇଥିବାରୁ ଅତିଥି ମାନେ ଡକ୍ଟର ରାଉତଙ୍କୁ ବେଶ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ଡକ୍ଟର ରାଉତଙ୍କ ଜନସେବା କାର୍ୟ୍ୟକ୍ରମ ଜାରିରହିବ ବୋଲି ଅତିଥି ମାନେ ଅଶାବ୍ୟକ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *