ଆହତ ଯୁବ ସାମ୍ବାଦିକ ଙ୍କୁ ମେଡିକାଲ ରେ ଭେଟି ମହନୀୟତା ଦେଖାଇଲେ କିଶନନଗର ଆଇଆଇସି 

କଟକ ସଦର,୧୧/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତକାଲି ଗୁରୁବାର ଦିନ ଏକ ସଡକ ଦୁର୍ଘଟଣାରେ ଗୁରୁତର ଆହତ ସୋଇ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଯୁବ ସାମ୍ବାଦିକ ରଶ୍ମି ରଞ୍ଜନ ମହାପାତ୍ରଙ୍କ ଆଶୁ ଆରୋଗ୍ୟ କାମନା କରି ସମବେଦନାର ସୁଅ ଛୁଟିଛି।

ଏହି ଅବସରରେ ଗତକାଲି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଆହତ ରଶ୍ମି ରଞ୍ଜନ ଙ୍କୁ ମେଡିକାଲ ରେ ଭେଟି ଥିବା ବେଳେ ଆଜି ଶୁକ୍ରବାର ଦିନ କିଶନନଗର ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି ମେଡିକାଲ କୁ ଯାଇଁ ପ୍ରେସ ଓ ପୋଲିସ ର ସମ୍ପର୍କ କୁ ଉଦଜିଵିତ ରଖି ନିଜର ଉଦାର ପଣିଆ ଓ ମହନୀୟତା ଦେଖାଇଛନ୍ତି।

ସେହିପରି  ‘ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ’ ର ସଭାପତି ଶିକ୍ଷାବିତ ପ୍ରଫେସର ମନୋଜ ନାୟକ ଆହତ ରଶ୍ମି ଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଜଣାପଡିଛି। ସେହିପରି କଟକ ସଦର ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ମିଟୁ ମିଥୁନ ପ୍ରମୁଖ ମେଡିକାଲ ଯାଇଁ ରଶ୍ମି ଙ୍କୁ ଦେଖାକରି ଫେରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *