ନେମାଳ,୨୫/୦୨/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା )-ନେମାଳ ଥାନା ଅନ୍ତର୍ଗତ ବନ୍ଧୁପୁର ପଞ୍ଚାୟତ ଭାବରଚାନ୍ଦ ନିବାସୀ ସମାଜସେବିକା ତଥା ଧର୍ମପ୍ରାଣା ମହିଳା ରମା ଲେଙ୍କାଙ୍କର ୮୩ବର୍ଷ ବୟସରେ ମହାପ୍ରୟାଣ ହୋଇଯାଇଛି ।
ଶତାଧିକ ଲୋକଙ୍କ ଅଶୃଳ ଶ୍ରଦ୍ଧାଞ୍ଜଳି ମଧ୍ୟରେ ସ୍ୱର୍ଗତା ରମା ଲେଙ୍କାଙ୍କ ମର ଶରିରକୁ ଶୋକାକୁଳ ପରିବେଶରେ ଚିତ୍ରୋତ୍ପଳା ନଦୀ ପଠାରେ ଅନ୍ତିମ ସତ୍କାର କରାଯାଇଅଛି । ତାଙ୍କର ଜ୍ୟେଷ୍ଠପୁତ୍ର ସନାତନ ଲେଙ୍କା ମୁଖାଗ୍ନି ଦେଇଥିବା ବେଳେ ତାଙ୍କର ତିନି ପୁଅ ବୋହୂ, ଝିଅ ଜ୍ୱାଇଁ, ନାତି ନାତୁଣୀ, ନାତୁଣୀ ବୋହୂ, ନାତୁଣୀ ଜ୍ୱାଇଁଙ୍କ ସମେତ ସମସ୍ତ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। ସ୍ୱର୍ଗତ ରମା ଲେଙ୍କାଙ୍କର ଏହି ଅନ୍ତିମ ସତ୍କାର କାର୍ଯ୍ୟକ୍ରମରେ ତାଙ୍କୁ ଭଲପାଉଥିବା ବହୁ ଜନସାଧାରଣ ଅଶୃଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ସ୍ୱର୍ଗତ ଲେଙ୍କା ଜଣେ ସମାଜସେବିକା ଓ ଆଧ୍ୟାତ୍ମିକବାଦି ମହିଳା ଭାବେ ପରିଚିତ ଥିବା ବେଳେ ସେ ଜଣେ ମିଷ୍ଟ ଭାଷି , ସ୍ନେହ ବତ୍ସଳ ମହିଳା ଥିଲେ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ତଥା ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ଥିଲେ। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ,ସ୍ଥାନିୟ ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।
