ବେଡ଼ାରୀ ସେବା ସମବାୟ ସମିତି ରେ ଧାନ ମଣ୍ଡି ଖୋଲିଲା

ଗରଦପୁର, ୦୯/୦୧/୨୦୨୪ (ଓଡ଼ିଶା ସମାଚାର)- ବେଡ଼ାରୀ ସେବା ସମବାୟ ସମିତି ଧାନ ମଣ୍ଡି ଉଦଘାଟିତ ହୋଇ ଯାଇଛି । ସେବା ସମବାୟ ସମିତିର ସଭାପତି ଘନଶ୍ୟାମ ସ୍ୱାଇଁ ଆନୁଷ୍ଠାନିକ ଭାବରେ ଧାନ ମଣ୍ଡିକୁ ଉଦଘାଟନ କରିଥିଲେ । ସମିତି ପରିସରରେ ମଣ୍ଡି ରେ ଧାନ କ୍ରୟ କରାଯିବା ପାଇଁ ଓଜନ କଂଟାକୁ ପୂଜା ପାଠ କରାଯାଇଥିଲା । ଆସନ୍ତା ଶୁକ୍ରବାର ଠାରୁ ଏହି ମଣ୍ଡିରେ ଚାଷୀମାନଙ୍କ ଠାରୁ ଧାନ କ୍ରୟ କରାଯିବାର ଯୋଜନା ରହିଥିବା ସମ୍ପର୍କରେ ସମିତିର ସମ୍ପାଦକ ଉମାକାନ୍ତ ସାହୁ ପ୍ରକାଶ କରିଛନ୍ତି । ଏହି ମଣ୍ଡିରେ ବେଡ଼ାରୀ ଓ ପଦ୍ମପୁର ପଂଚାୟତ ସହିତ ପାଟକୁରା ପଂଚାୟତର ଦୁଇଟି ଗ୍ରାମକୁ ନେଇ ମୋଟ ୧୪ ଟି ଗ୍ରାମର ୨୨୭ ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ନାମ ପଂଜିକରଣ କରିଛନ୍ତି । ଏହି ମଣ୍ଡି ଉଦଘାଟନ ସମୟରେ ସମିତିର କର୍ମଚାରୀ ଦୀପ୍ତିମୟୀ ମହାନ୍ତି, ନିର୍ଦ୍ଧେଶକ ଭଜହରି ସେନାପତି, ବିଚିତ୍ର କୁମାର ଜେନା, କାଳନ୍ଦି ଚରଣ ବେହେରା , ଗିରିଧାରୀ ସାହୁ, ଦିଲିପ କୁମାର ସାହୁ ଓ ପଦ୍ମପୁର ପଂଚାୟତ ର ସରପଂଚ ଅନସୂୟା ବେହେରା ଉପସ୍ଥିତ ଥିଲେ । ସ୍ଥାନୀୟ ଅଂଚଳର ଚାଷୀ ରଂଜନ କୁମାର ମହାନ୍ତି, ଧିରେନ୍ ଜେନା, ପୂର୍ଣ୍ଣଚନ୍ଦ୍ର ଜେନା, ନାରାୟଣ ପଣ୍ଡା, ମହେଶ ପାତ୍ର, ଗଙ୍ଗାଧର ମିଶ୍ର ପ୍ରମୁଖ ଚାଷୀମାନେ ଉପସ୍ଥିତ ରହି ଧାନ ବିକ୍ରୟ କରିବା ପାଇଁ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *