ଶିକ୍ଷକଙ୍କ ବଦଳି ବାତିଲ ଦାବି କରି ଛାତ୍ର ଛାତ୍ରୀ ବିଦ୍ୟାଳୟ ଫାଟକରେ ପକାଇଲେ ତାଲା

ଗରଦପୁର, ୦୭/୧୨/୨୦୨୪ (ଓଡ଼ିଶା ସମାଚାର)- ଶିକ୍ଷକଙ୍କ ବଦଳି ବାତିଲ କରିବା ଦାବି କରି ଛାତ୍ର ଛାତ୍ରୀ ବିଦ୍ୟାଳୟ ଫାଟକରେ ପକାଇଲେ ତାଲା । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଶିକ୍ଷାଧିକାରୀ ଙ୍କ ଅଧିନସ୍ଥ କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ଗଣିତ ଓ ଭୂଗୋଳ ତଥା ଏନସିସି ଶିକ୍ଷକ ସୌମେନ୍ଦ୍ର ସେଠୀଙ୍କ ବଦଳି ବାତିଲ ଦାବି କରି ଆଜି ବିଦ୍ୟାଳୟର ୩୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ବିଦ୍ୟାଳୟ ର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ଧାରଣାରେ ବସିଥିବା କିଛି ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି । ଛାତ୍ରଛାତ୍ରୀ ମାନେ ସକାଳ ୬ ଠାରୁ ଧାରଣାରେ ବସିଥିଲେ ସୁଦ୍ଧା ବ୍ଲକ କିମ୍ବା ଜିଲ୍ଲାର କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ଶିକ୍ଷା ବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବାରୁ ଛାତ୍ରୀ ଛାତ୍ରୀ ଓ ଅଭିଭାବକ ମହଲରେ କ୍ଷୋଭ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *