ରେଙ୍ଗାଲୀ ଜଳସେଚନ ପ୍ରକଳ୍ପ  ପରିଚାଳନା କମିଟି ର ୫ମ ବୈଠକ ଅନୁଷ୍ଠିତ

ପ୍ରକଳ୍ପକୁ ସହଜରେ ଓ ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ସମନ୍ୱୟ ଭିତ୍ତିରେ କାର୍ଯ୍ୟ କରିବାକୁ ଉନ୍ନୟନ କମିଶନରଙ୍କ ପରାମର୍ଶ

 ଭୁବନେଶ୍ୱର,୦୩ /୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରେଙ୍ଗାଲୀ ଜଳସେଚନ ପ୍ରକଳ୍ପ ପାଇଁ ରହିଥିହା ପ୍ରକଳ୍ପ ପରିଚାଳନା କମିଟିର ୫ମ ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେଗତକାଲି ସୋମବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପ୍ରକଳ୍ପକୁ ସହଜରେ ଓ ଶୀଘ୍ର ସଂପୂର୍ଣ୍ଣ କରିବା ପାଇଁ ସମନ୍ୱୟ ଭିତ୍ତିରେ କାର୍ଯ୍ୟ କରିବାକୁ ସଂପୃକ୍ତ ବିଭିନ୍ନ ବିଭାଗ ଓ ଅଂଶୀଦାର ଅନୁଷ୍ଠାନମାନଙ୍କୁ ଉନ୍ନୟନ କମିଶନରଙ୍କ ଆବଶ୍ୟକ ପରାମର୍ଶ ଦେଇଛନ୍ତି ।

ପ୍ରକଳ୍ପ କାର୍ଯ୍ୟକାରିତାରେ ରହୁଥିବାଭୂ-ଅଧିଗ୍ରହଣ, ପରିବେଶ ମଞ୍ଜୁରୀ, ରେଳ ବିଭାଗସଂପର୍କିତ ଏବଂ ଅନ୍ୟ ଯେଉଁ ଯେଉଁ ଛୋଟ ଛୋଟ ସମସ୍ୟା ରହୁଛି, ସେସବୁକୁ ପାରସ୍ପରିକ ବିଭାଗୀୟ ସୁସମନ୍ୱୟ ପୂର୍ବକ ସମାଧାନ କରି ପ୍ରକଳ୍ପକୁ ସହଜରେଏବଂ ଶୀଘ୍ର ସମ୍ପୂର୍ଣ୍ଣ କରାଯିବା ଉପରେ ଉନ୍ନୟନ କମିଶନର ଗୁରୁତ୍ୱ ଦେଇଛନ୍ତି । ସେ ମଧ୍ୟ ପ୍ରକଳ୍ପ କାର୍ଯ୍ୟକାରିତାରେଆବଶ୍ୟକ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ ସହିତ ଯୋଗାଯୋଗ ରଖି ସମସ୍ୟାର ସମାଧାନ କରୁଥିବା ସଂପର୍କରେ ଆଲୋକପାତକରିଥିଲେ । ଆସନ୍ତା ମାସରେ ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବା ପୂର୍ବରୁ ସଂପୃକ୍ତ ସମସ୍ତଙ୍କୁ ରହିଥିବା ସମସ୍ୟାଗୁଡ଼ିକୁ ସମାଧାନ କରିବାକୁ ଉନ୍ନୟନ କମିଶନର ପରାମର୍ଶ ଦେଇଥିଲେ ।

-0-

ପଠାଣି ରାଉତ ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *