‘ପ୍ରୋଜେକଫ ସମ୍ବନ୍ଧ’ ମାଧ୍ୟମରେ ଯୁଦ୍ଧରେ ମୃତାହତ ସୈନିକଙ୍କ ନିକଟ ସଂପର୍କୀୟଙ୍କ ସହ ସଂପର୍କ ସ୍ଥାପନ

ଭୁବନେଶ୍ୱର, ୧୩/୦୫/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତୀୟ ସେନାବାହିନୀ ଗୋଟିଏ ପ୍ରୋଜେକଫ ସମ୍ବନ୍ଧ ଅଭିଯାନ ଆରମ୍ଭ କରିଛି । ଭୁବନେଶ୍ୱର ସଦର ଦପ୍ତରରୁ ଯୁଦ୍ଧରେ ମୃତାହତ ହୋଇଥିବା ବିଭିନ୍ନ ସୈନିକ/ ବ୍ୟକ୍ତିବିଶେଷଙ୍କ ଅତ୍ମୀୟ ତଥା ନିକଟ ସଂପର୍କୀୟଙ୍କ ସହିତ ସଂପର୍କ ସ୍ଥାପନ ଏହି ଅଭିଯାନର ଲକ୍ଷ୍ୟ । ବିଶେଷ କରି ମୃତ ଓ କ୍ଷତିଗ୍ରସ୍ତ ସୈନିକମାନଙ୍କର ମା’ ଓ ପନିୀଙ୍କୁ ବୀର ନାରୀ/ ବୀର ମାତା ଅଭିହିତ କରି ଏହି ଅଭିଯାନରେ ସେମାନଙ୍କ ସହ ଯୋଗାଯୋଗ ରକ୍ଷା କରିବାକୁ ଉଦ୍ୟମ କରାଯାଉଛି । ଯୋଗାଯୋଗ ପାଇଁ ମୋବାଲ୍‌ଲ ନଂ-୯୦୯୧୨୫୨୧୭୭, ଫୋନ୍‌ ନଂ-୦୬୭୪-୨୩୯୧୦୧୧ କିମ୍ବା ଇ-ମେଲ୍‌ stnhqbbsr@gmail.com ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *