ବିଧାୟକ ପ୍ରକାଶ ସେଠୀଙ୍କ ଵୁଢି ମା ଚଞ୍ଚଳା ସେଠୀଙ୍କ ପରଲୋକ 

କଟକ ସଦର,୦୯/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଵୁଢି ମା ଚଞ୍ଚଳା ସେଠୀଙ୍କର ଆଜି ବୁଧବାର ସକାଳେ କିଶନନଗର ଠାରେ ୯୫ ବର୍ଷ ବୟସରେ ପରଲୋକ ଘଟିଛି। ମୃତ୍ୟୁ ଖଵର ପାଇ ବହୁ ବ୍ୟକ୍ତିବିଶେଷ ବିଧାୟକ ଙ୍କ ବାସଭବନରେ ପହଞ୍ଚି ଶଵାଧାରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ।

ଶୋଭାଯାତ୍ରାରେ ନିଆଯାଇ ଗ୍ରାମ୍ୟ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା ବେଳେ ପୁଅ ପୂର୍ଣ୍ଣଚନ୍ଦ୍ର ସେଠୀ ମୁଖାଗ୍ନି ଦେଇଥିଲେ। ଅନ୍ତିମ ଯାତ୍ରାରେ ନାତି ବିଧାୟକ ପ୍ରକାଶ ଙ୍କ ସହିତ ପ୍ରଭାତ,ପ୍ରଭାସ, ପ୍ରମୋଦ, ନାତୁଣୀ ବୋହୂ ସରପଂଚ ସୁଜାତା ସେଠୀ ଙ୍କ ସମେତ ଆତ୍ମିୟ ସ୍ୱଜନ ସାମିଲ ହୋଇଥିଲେ। ଶ୍ମଶାନ କୁ ଯାଇଁ କିଶନନଗର ତହସିଲଦାର କ୍ଷିରୋଦ କୁମାର ଦାଶ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *