ମାର୍ଶାଘାଇ ସରପଂଚ ସଂଘର ବନ୍ଧୁ ମିଳନ କାର୍ଯ୍ୟକ୍ରମ  

ମାର୍ଶାଘାଇ,୦୯/୦୭/୨୦୨୫(ଓଡ଼ିଶା ସମାଚାର)- ମାର୍ଶାଘାଇ ସରପଂଚ ସଂଘର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ବେରୁହାଁ ପଂଚାୟତ ର ମିଳିମିଳା ଠାକୁରାଣୀ ପୀଠ ଠାରେ ଅନୁଷ୍ଠିତ ହୋଇ ଯାଇଛି । ସଂଘ ସଭାପତି ସଂଜୟ କୁମାର ସେଠୀ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସମସ୍ତ ପଂଚାୟତର ସରପଂଚମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ମୁଖ୍ୟତଃ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଆସୁଥିବା ଅର୍ଥର ବିନିଯୋଗ ନେଇ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମାର୍ଗ ଦର୍ଶିକା ଉପରେ ବିଡ଼ିଓ ଙ୍କ ସହ ଆଲୋଚନା କରାହିବା ପାଇଁ ନିଷ୍ପତି ନିଆଯାଇଥିଲା । ପଂଚାୟତ କୁ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସୁଫଳ କିଭଳି ସାଧାରଣ ଲୋକ ପାଇ ପାରିବେ ସମସ୍ତେ ନିଷ୍ଠାପର ଭାବେ କାମ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ସରପଂଚ ବେରୁହାଁ ବାବାଜୀ ସ୍ୱାଇଁ, ସରପଂଚ ମାର୍ଶାଘାଇ ଭାଗବତ ବେହେରା, ସରପଂଚ ଦଶିପୁର ବିକ୍ରମ କେଶରୀ ଦାଶ, ସରପଂଚ ଗରଜଙ୍ଗା କାଦମ୍ବିନୀ ନାୟକ, ସରପଂଚ ପରକୁଳା ଦିପ୍ତିରଂଜନ ମହାପାତ୍ର, ସରପଂଚ କୁହୁଡ଼ି ପ୍ରଭାତ ରଂଜନ ଦାସ, ସରପଂଚ ଅଙ୍ଗୁଳାଇ ମଙ୍ଗରାଜ ବେହେରା, ସରପଂଚ  ହିନ୍ଦୁଳିଆ ମନୋଜ ସ୍ୱାଇଁ, ସରପଂଚ  ବଛରାଇ ଛବିଲତା ସେଠି ପ୍ରମୁଖ ଉପସ୍ଥିତ ଥିଲେ । ସଂଘ ର ସମ୍ପାଦକ ରମେଶ ଚନ୍ଦ୍ର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *