ସରପଞ୍ଚଙ୍କ ବିରୁଦ୍ଧରେ କାଟ ଖାଇଲ ଅନାସ୍ଥା 

ମାହାଙ୍ଗା,୦୯/୦୭/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା) – ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ପଂଚାୟତ ର ସରପଞ୍ଚ  ଚିତ୍ତରଞ୍ଜନ ମଲିକ ଙ୍କ ବିରୁଦ୍ଧରେ ୯ ଜଣ ୱାର୍ଡ ମେମ୍ବର ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଆଜି ବୁଧବାର ଅନାସ୍ଥା ଭୋଟ ଥିବା ବେଳେ ଜଣେ ୱାର୍ଡ ସଭ୍ୟା ପଂଚାୟତ ଅଫିସ ରେ ପହଁଚିଥିବା ବେଳେ, ଆଉ ଅନ୍ୟ ୱାର୍ଡ ମେମ୍ବର ମାନେ ଅନୁପସ୍ଥିତ ରହିଥିଲେ ।

କୋରମ ଅଭାବରୁ ଭୋଟିଙ୍ଗ ହୋଇପାରିଲା ନାହିଁ । ସ୍ଥାନୀୟ ବିଧାୟକ ଙ୍କ ସମର୍ଥିତ ସରପଞ୍ଚ ଙ୍କ ବିରୁଦ୍ଧରେ ବିଜୁଜନତା ଦଳ ସମର୍ଥିତ ୱାର୍ଡ ସଭ୍ୟା ମାନେ ଅନାସ୍ଥା ଆଣିଥିଲେ ।  ତେବେ ବିଧାୟକ ଙ୍କ ସଫଳ ଗୋଟି ଚାଳନା ପାଇଁ ଆଜି ର ଅନାସ୍ଥା କାଟ ଖାଇଲା ବୋଲି ସାଧାରଣ ରେ କୁହାଯାଉଛି ।

Leave a Reply

Your email address will not be published. Required fields are marked *