ପୁରୀ,୨୬/୦୯/୨୦୨୫(ଓଡ଼ିଶା ସମାଚାର)- ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ, ଓଡ଼ିଶା, କଟକ ଓ ନେଦରଲାଣ୍ଡ ସରକାରଙ୍କ ଦୂତାବାସର ମିଳିତ ଆନୁକୂଲ୍ୟରେ ହୋଟେଲ ଜମିଦାର ପ୍ୟାଲେସ୍, ପୁରୀ ପରିସରରେ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲାର ଘରୋଇ ହିଂସା ବିରୁଦ୍ଧରେ ସମ୍ପ୍ରଦାୟ ଭିତିକ ନେତୃତ୍ୱକାରୀ ଅଂଶୀଦାର ମାନଙ୍କ ସହିତ ଗୋଷ୍ଠୀ କେନ୍ଦ୍ରିକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ଏନ. ଏଲ୍. ୟୁ. ଓ ର ପ୍ରକଳ୍ପ ପ୍ରବନ୍ଧକ ରାଜ କିଶୋର ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଏଥିରେ ଉପ ନିବନ୍ଧକ, ପୁରୀ ତପନ କୁମାର ତରାଇ, ଜିଲା ସମାଜ ମଙ୍ଗଳ ଅଧିକାରିଣୀ, ପୁରୀ ତନୁ୍ରଭା ବେଉରା, ସାମନ୍ତ ଚନ୍ଦ୍ରଶେଖର ସ୍ୱଂୟ ଶାସିତ ମହାବିଦ୍ୟାଳୟ, ପୁରୀ ସହଯୋଗୀ ପ୍ରଫେସର୍ ଡକ୍ଟର ବିଜୟ କୁମାର ସାହୁ, ପୋଲିସ୍ ବିଭାଗ, ପୁରୀ ଡି ଏସ୍ ପି ତିଳୋତମା ରାଉତ ଓ ନୟାଗଡ ପୁଲିସ୍ ଜିଲାର ଆଇ ଆଇ ସି କୁନାମଣୀ ଦେଇ ଏବଂ ମହିଳାଙ୍କ ନିମନ୍ତେ ତୃଣମୂଳ ସ୍ୱରରେ କାର୍ଯ୍ୟ କରୁଥିବା ଜିଲା ମହାସଂଘ(ସ୍ୱଂୟ ସହାୟକ ଗୋଷ୍ଠୀ)ର ସଭାପତି, ସମ୍ପାଦିକା,ସରପଂଚ, ଅଙ୍ଗନୱାଡ଼ି ଦିଦି, ପରିବାର ପରାମର୍ଶ କେନ୍ଦ୍ର ସଂଯୋଜକ, ସଂଯୋଜିକା, ଜେଣ୍ଡର ସଂଯୋଜିକା, ଗୋଷ୍ଠୀ ସଂଯୋଜିକା, ଏନଜିଓ ର ପ୍ରବନ୍ଧକ, ପ୍ରେରଣା ଦିଦି, ସମାଜ ସେବକ, ମନ୍ଦିର ପୂଜକ ପ୍ରମୁଖ ଯୋଗଦେଇ ସେମାନେ ନିଜେ ନିଜର ମତ ଉପସ୍ଥାପନ ରଖିଥିଲେ ।
ମହିଳାଙ୍କ ପାଇଁ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଯୋଜନା ଓ ସଂରକ୍ଷଣ ସୁବିଧାର ଲାଭ ଉଠାଇ ନିଜ ନିଜର ଆତ୍ମନିର୍ଭରଶୀଳତା ବଢ଼ାନ୍ତୁ ଓ ସମାଜ ପାଇଁ ଉଦାହରଣ ସାଜନ୍ତୁ ବୋଲି ପରାମର୍ଶ ପ୍ରଦାନ କରିଥିଲେ । ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାନପତ୍ର ଅତିଥି ମାନଙ୍କ ଦ୍ୱାରା ସମ୍ବନ୍ଧିତ କରାଯାଇଥିଲା । ଏନ. ଏଲ୍.ୟୁ.ଓର ପ୍ରକଳ୍ପ ପ୍ରବନ୍ଧକ ସୁଧାଂଶୁ ଭୂଷଣ ମହାରଣା, ରାଜ କିଶୋର ପଣ୍ଡା, ବିବରଣୀ ଲେଖକ ଶଶି ଭୂଷଣ ଦତ ପରିଚାଳନା କରିଥିଲେ ।
