କଟକ ସଦର,୨୯/୦୮/୨୦୨୬ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିରେନ୍ ମିତ୍ରଙ୍କ ଏକ ପ୍ରତିମୂର୍ତ୍ତିକୁ ଆଜି ଶନିବାର ଦିନ ତାଙ୍କ ରହଣୀ ସ୍ଥଳ କଟକ କାଠଗଡା ସାହିର ଏକ ବିଦ୍ୟାଳୟରେ କଟକ ମହାନଗର ନିଗମ ପକ୍ଷରୁ ଅନାବରଣ କରାଯାଇଛି।
ପ୍ରତିମୂର୍ତ୍ତିକୁ ବାରବାଟି-କଟକ ବିଧାୟିକା ସୋଫିଆ ଫିରଦୋସ, ମହାନଗର ନିଗମ ମେୟର ସୁବାସ ସିଂହ ଅନାବରଣ କରିଛନ୍ତି। ଏଥିରେ ନିଗମର ବହୁ କର୍ପୋରେଟର, ବ୍ୟକ୍ତିବିଶେଷ ଓ ବିରେନ୍ ମିତ୍ର ଫାଉଣ୍ଡେସନ ର କାର୍ଯ୍ୟକର୍ତ୍ତା ଯୋଗଦେଇ ବିରେନ୍ ମିତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
