ଏସିଏଫ ସୈ।ମ୍ୟରଞ୍ଜନ ମହାପାତ୍ର ଙ୍କ ହତ୍ୟାକାଣ୍ଡ: ହାଇକୋର୍ଟ ରେ ଜାମିନ ଆବେଦନ ଖାରଜ, ଗିରଫ ହୋଇପାରନ୍ତି ପତ୍ନୀ ଓ ଅନ୍ୟ ଦୁଇଜଣ 

କଟକ ସଦର,୦୯/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଗତ ଚାରିବର୍ଷ ତଳେ ଏସିଏଫ୍ ସୈ।ମ୍ୟରଞ୍ଜନ ମହାପାତ୍ର ଙ୍କ ସନ୍ଦେହ ଜନକ ମୃତ୍ୟୁ ରାଜ୍ୟ ରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କ ଜାମିନ ଆବେଦନ କୁ ହାଇକୋର୍ଟ ଆଜି ବୁଧବାର ଦିନ ଖାରଜ କରିଦେଇଥିବା ରୁ ସେମାନଙ୍କ ପାଇଁ ଅଡ଼ୁଆ ବଢ଼ିଛି।

ଜାମିନ ଆବେଦନ କରିଥିବା ସୈ।ମ୍ୟରଞ୍ଜନ ଙ୍କ ପତ୍ନୀ ବିଦ୍ୟା ଭାରତୀ ପଣ୍ଡା,ଡିଫଓ ସଂଗ୍ରାମ ବେହେରା ଓ ରୋଷେଇୟା ମନ୍ମଥ କୁମ୍ଭ ଏଥିରେ ଗିରଫ ହେବା ସମ୍ଭାବନା ଅଧିକ ରହିଛି। ହେଲେ ତଳ ଅଦାଲତରେ ଏମାନଙ୍କର ମାମଲା ଚାଲୁ ରହିବ ବୋଲି ହାଇକୋର୍ଟ ରାୟରେ କହିଛନ୍ତି।

Leave a Reply

Your email address will not be published. Required fields are marked *