କିଶନନଗର କଲେଜରେ ଵନ ମହୋତ୍ସବ

କଟକ ସଦର,୦୯/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର କଲେଜ ପରିସରରେ ୭୬ ତମ ଵନ ମହୋତ୍ସବ ସପ୍ତାହ ପାଳିତ ହୋଇ ଯାଇଛି । ଏହି  ଅବସରରେ ଆଜି ବୁଧବାର ଦିନ ଜାତୀୟ ଯୁବ ରେଡକ୍ରସ୍ ଆନୁକୁଲ୍ୟରେ ଅଧ୍ୟକ୍ଷ ପ୍ରଧ୍ୟାପକ ସଂଜୀବ କୁମାର ପଟ୍ଟନାୟକ ଙ୍କ ତତ୍ତ୍ୱାବଧାନରେ ଏଵଂ ଯୁବ ରେଡକ୍ରସ୍ ଅଧିକାରିଣୀ ଲିଜାଲିନ ଜେନା ଙ୍କ ପରିଚାଳନାରେ ‘ମା ପାଇଁ ଗଛଟିଏ’ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ, ଅଧ୍ୟାପକ/ ଅଧ୍ୟାପିକା,ସ୍ୱଛାସେଵୀ ମାନେ କଲେଜ ପରିସରରେ ଉପାଦେୟ ଚାରା ରୋପଣ କରିଥିଲେ। ଏଥିରେ ଡ଼ଃ ଅନାଦି ଚରଣ ବରାଳ,ସାଦିକ୍ ଅଲ୍ଲୀ,ଵିଦିଶା ବେହେରା, ତୁଷାରକାନ୍ତ ଦେହୁରୀ, ପ୍ରଶନ୍ନ ପଟ୍ଟନାୟକ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ମାନେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *