୧୯ଟି ଅଭିଯୋଗ ଶୁଣାଣି କଲେ ଏଡିଏମ୍

ଲକ୍ଷ୍ମୀପୁର. ୨୧/୧୧/୨୦୨୩ (ଓଡ଼ିଶା ସମାଚାର/ପ୍ରମୋଦ ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାର୍ୟ୍ୟାଳୟ ପରିସର ମଧ୍ୟରେ ଅଧ୍ୟକ୍ଷା ଶୁଆଇ କୁଲେସିକାଙ୍କ ଅଧ୍ୟକ୍ଷତାରେ ଆଜି କୋରାପୁଟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି ଅଭିଯୋଗ ଶୁଣାଣୀ କାର୍ୟ୍ୟକ୍ରମରେ ଜିଲ୍ଲାପାଳ ଅବଦୁର ମହମଦ ଅକ୍ତର କୌଣସି କାରଣ ବଶତଃ ଅନୁପସ୍ଥିତ ଥିବାରୁ ଏଡିଏମ୍ ରାଜେନ୍ଦ୍ର ମାଝୀ ଉପସ୍ଥିତ ରହି ୧୪ଟି ଗୋଷ୍ଠି ଗତ ଓ ୫ଟି ବ୍ୟକ୍ତିଗତ ଅଭିଯୋଗର ଶୁଣାଣୀ କରିଥିଲେ।
ଏହି ଅଭିଯୋଗ ଶୁଣାଣୀ କାର୍ୟ୍ୟକ୍ରମରେ ମାତ୍ର ୧୯ଟି ଅଭିଯୋଗ ଆସି ଥିଲା ବେଳେ ସେଥି ମଧ୍ୟରେ ଗୌଡ଼ ଗୁଡା ପଞ୍ଚାୟତର ତଳ ମିଟିଙ୍ଗ୍ ଓ କୁଟିଙ୍ଗା ପଞ୍ଚାୟତର ଶାପାମ୍ବା ଓ ରୋଇ ଆମ୍ବ ଗ୍ରାମକୁ ବିଜୁଳି ସଂଯୋଗ ପାଇଁ ଅଭିଯୋଗ ହୋଇଥିଲା।ସେହିପରି ଗୌଡ଼ ଗୁଡା ରାସ୍ତାରେ ଥିବା ବିଦେଶୀ ମଦ ଭାଟି ଯୋଗୁଁ ନାହିଁ ନଥିବା ଅସୁବିଧା ହେଉଥିବା ବେଳେ ସେଇ ରାସ୍ତା ଦେଇ ଆଦର୍ଶ ବିଦ୍ୟାଳୟକୁ ଯାଉଥିବା ଛାତ୍ର ଛାତ୍ରୀ ଓ ଗ୍ରାମର ଝିଅ ବୋହୁ ଚାଲିକି ଙ୍କଶବା ବିପଦ ପୂର୍ଣ୍ଣ ଯୋଗୁଁ ତୁରନ୍ତ ସେଠାରୁ ଭାଟି ଉଠାଇ ବାକୁ ସରପଞ୍ଚ ଭଗବତୀ ମୁଦୁଲି ଅଭିଯୋଗ କରିଥିଲେ। ସେହିପରି ସ୍ଥାନୀୟ ବ୍ଲକ୍ କାର୍ୟ୍ୟାଳୟ ଠାରୁ ବଜାର ପର୍ୟ୍ୟନ୍ତ ରାସ୍ତା ମରାମତି ସହ ଦୁଇ କଡରେ ନାଳିଆ ତିଆରି ପାଇଁ ଅଭିଯୋଗ ହୋଇଥିଲା ବେଳେ କିଛିଟା ଗ୍ରାମରେ ରାସ୍ତା ଓ ପାନୀୟ ଜଳର ସମସ୍ୟା ଥିବା ମଧ୍ୟ ଅଭିଯୋଗ ହୋଇଥିଲା।
ଏଥିରେ ଉପ ଜିଲ୍ଲାପାଳ ବେଣୁଧର ଶବର,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଳଭଦ୍ର ଦୀପ,ତହସିଲଦାର ନିର୍ମଳ ଚରଣ ନାୟକ,ଉପାଧ୍ୟକ୍ଷା ଆରତୀ କୁଲଦୀପ ମଞ୍ଚାସିନ ଥିଲେ। ଏହି କାର୍ୟ୍ୟକ୍ରମକୁ ଗୋଷ୍ଠି ଉନ୍ନୟନ ଅଧିକାରୀ ଗୁରେଶ୍ୱର୍ ଭୋଇ ପରିଚାଳନା କରିଥିଲା ବେଳେ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଗୌଡ଼ ଗୁଡା,ଭିତରଗଡ ଓ କୁସୁମଗୁଡା ସରପଞ୍ଚ ଙ୍କୁ ଛାଡି ଦେଲେ ଅନ୍ୟ କୌଣସି ସରପଞ୍ଚଙ୍କ ଦେଖା ନଥିଲା। ସେହିପରି ହାତ ଗଣତି କିଛି ପଞ୍ଚାୟତ ନିର୍ବାହୀ ଅଧିକାରୀ ଏଥିରେ ଯୋଗ ଦେଇଥିବା ବେଳେ ସମସ୍ତ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ମାନେ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏସଡ଼ିପିଓ ବିରଞ୍ଚି ନାରାୟଣ ଜଗତ, ଆଇଆଇସି ସୁଜ୍ଞାନି ସାହୁ,ସବଇନିସପେକ୍ଟର ମାନସ ପ୍ରଧାନଙ୍କ ସମେତ ପୋଲିସ କର୍ମୀ ଉପସ୍ଥିତ ଥିଲେ। କାର୍ୟ୍ୟ କ୍ରମରେ ବ୍ଲକ୍ କାର୍ୟ୍ୟାଳୟର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ଗାଁ ଗାଁ ରେ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମ ବିଷୟରେ ଖବର ଦିଆ ଯାଇ ନଥିବାରୁ ବ୍ଲକ୍ କାର୍ୟ୍ୟାଳୟ ପରିସରରେ ଅଭିଯୋଗ କାରୀଙ୍କ ସେତେଟା ଗହଳି ଦେଖିବାକୁ ମିଳିନଥିଲା। ଯାହା ପାଇଁ ଆଜି ସବୁଠୁ କମ୍ ଅଭିଯୋଗ ହୋଇଥିଲା। ଗତ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମରେ ଜଣେ ଯୁବକ ଅଭିଯୋଗ କରିବାକୁ ଆସି ଜିଲ୍ଲାପାଳ ଙ୍କ ସମ୍ମୁଖରେ ଅଭିଯୋଗ ପତ୍ର ଚିରି ଫିଙ୍ଗି ଚାଲି ଯାଇଥିବା ବେଳେ ଆଜିର ଅଭିଯୋଗ ଶୁଣାଣିରେ ମଧ୍ୟ ବିଶୃଙ୍ଖଳା ଦେଖା ଦେଇଥିଲା।
ସ୍ଥାନୀୟ ଏସବିଆଇ ଶାଖା ପରିଚାଳକ ଅଭିଯୋଗ କରିବାକୁ ଆସିଥିବା ବେଳେ ତାଙ୍କ ଅଭିଯୋଗକୁ ଗ୍ରହଣ କରାନଯିବା ସହ ତାଙ୍କୁ ତାଙ୍କର ଉପରିସ୍ଥ ଅଧିକାରୀ ବାହାରକୁ ଚାଲି ଯିବାକୁ କହିବାରୁ ସିଏ ରାଗି ଯାଇଥିଲି।ଫଳରେ କିଛି ସମୟ ଧରି ବିଶୃଙ୍ଖଳା ଦେଖା ଦେଇଥିଲା କିନ୍ତୁ ତାଙ୍କ ଅଭିଯୋଗ ଗ୍ରହଣ କରାଯାଇ ନଥିଲା।ପରେ ପୋଲିସ ପହଞ୍ଚି ବାରୁ ସବୁ କିଛି ସମାଧାନ ହୋଇଥିଲା।

Leave a Reply

Your email address will not be published. Required fields are marked *