ଭୁବନେଶ୍ୱର, ୨୧/୦୪/୨୦୨୪ (ଓଡ଼ିଶା ସମାଚାର)- ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ଏପ୍ରିଲ ୨୨(ସୋମବାର)ରୁ ୨୪ (ବୁଧବାର )ପର୍ୟ୍ୟନ୍ତ ତିନିଦିନ ସକାଳ ୬.୩୦ରୁ ୧୦.୩୦ ପର୍ୟ୍ୟନ୍ତ ସମସ୍ତ ସରକାରୀ , ସରକାରୀ ଅନୁଦାନପ୍ରାପ୍ତ ଏବଂ ବେ ସରକାରୀ ସ୍କୁଲ ଖୋଲା ରହିବା ପାଇଁ ନିଷ୍ପତିି ନେଇଛନ୍ତି। ଚଳିତ ଏପ୍ରିଲ ୨୫( ଗୁରୁବାର )ଠାରୁ ଗ୍ରୀଷ୍ମ ଛୁଟି ପାଇଁ ମଧ୍ୟ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତିି।
ଗ୍ରୀଷ୍ମ ଛୁଟି ସମୟରେ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ/ଶିକ୍ଷକମାନଙ୍କ ପାଇଁ ଶିକ୍ଷା ତଥା ଶୈକ୍ଷିକ କାର୍ୟ୍ୟକ୍ରମ ନିମନ୍ତେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିଚାଳନା କରାଯିବ।
ତିନି ଦିନ ସକାଳ ୬.୩୦ ରୁ ୧୦.୩୦ ପର୍ଯ୍ୟନ୍ତ ପାଠ ପଢ଼ା ହେବ , ଅପ୍ରେଲ ୨୫ ରୁ ଗ୍ରୀଷ୍ମ ଛୁଟି
