ବିଜେପି ର ନୂଆ ମୂଖିଆ ଙ୍କୁ କଟକ ସଦର ବିଜେପି ନେତା ଙ୍କ ସମ୍ବର୍ଦ୍ଧନା

କଟକ ସଦର, ୦୮/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ସବୁ ଚର୍ଚ୍ଚା,ପ୍ରତିକ୍ଷା ଓ ଅନିଶ୍ଚିତତାରେ ପୂର୍ଣ୍ଣଛେଦ ପକାଇ ରାଜ୍ୟ ବିଜେପି ର ମୂଖିଆ ଭାବେ ଚତୁର୍ଥ ଥର ପାଇଁ ପୂର୍ବତନ ରାଜ୍ୟସଭା ସାଂସଦ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଅପ୍ରତିଦ୍ଵନ୍ଦୀ ଭାବେ ଆଜି ମଙ୍ଗଳବାର ଦିନ ନିର୍ବାଚିତ ହୋଇଥିବା ଘୋଷଣା ହେବା ପରେ ତାଙ୍କ ନିକଟକୁ ଶୁଭେଚ୍ଛା, ଅଭିନନ୍ଦନ ଓ ସମ୍ବର୍ଦ୍ଧନା ର ସୁଅ ଛୁଟିଛି। ଏହି ଅବସରରେ କଟକ ସଦର ର ବରିଷ୍ଠ ବିଜେପି ନେତା ତଥା କଟକ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚା ସଭାପତି ପ୍ରଦୀପ ବେହେରା ନୂଆ ସଭାପତି ମନମୋହନ ଙ୍କୁ ସମ୍ବର୍ଦ୍ଧିତ କରିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *