ନୂଆ ଯାତ୍ରା ନାଟକ ଓ ଆଖଡ଼ା ପୂଜା ଅନୁଷ୍ଠିତ

କଟକ, ୦୮/୦୭/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା )-ଓଡିଶା ଯାତ୍ରା ଜଗତ ଏବେ ବିବାଦ ଘେରରେ ରହିଥିବା ବେଳେ ନୂଆ ନୂଆ ବିବାଦ ଦିନକୁ ଦିନ ମୁଣ୍ଡ ଟେକୁଛି  । ଯାତ୍ରା ମାଲିକ ମାଲିକଙ୍କ ମଧ୍ୟ୍ୟରେ  ବିବାଦ ସୃଷ୍ଟି ହେଲାଣିତ, ହିରୋ, ହିରୋଇନ, କମେଡିଆନ ଙ୍କୁ ନେଇ ବିବାଦ ଉଗ୍ରରୂପ ଧାରଣ କରିଛି । ଏଭଳି ବିବଦମାନ ସ୍ଥିତି ରେ  ନାଟ୍ୟକାର ରବୀନ୍ଦ୍ର ସାହୁଙ୍କ  ରଚିତ ନୂଆ ନାଟକ “ସୁନ୍ଦରୀ ପାଇଁ ସିନ୍ଦୂର ନାହିଁ” ର ସ୍କ୍ରିପ୍ଟ ପୂଜା କଟକ ଜିଲ୍ଲା ରାୟପୁର କେଦାରେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ନାଟକର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ନାଟ୍ୟ ନିର୍ଦେଶକ ତଥା ବରିଷ୍ଠ ସାମ୍ବାଦିକ ରଘୁନାଥ ଆଚାର୍ଯ୍ୟ।

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ନାଟକ ବିଭାଗର ଗୁରୁଙ୍କ ଶିକ୍ଷା ସାଙ୍ଗକୁ ଦୀର୍ଘ  ବର୍ଷ ଭିତରେ ଏକାଧିକ ଓଡ଼ିଆ ଚଳଚିତ୍ର, ଧାରାବାହିକ ସହ ଥିଏଟର ଓ ମୁମ୍ବାଇରେ ବିଜ୍ଞାପନ ଚଳଚିତ୍ର ନିର୍ଦ୍ଦେଶକ ଡ. ଅବିନାଶ ନନ୍ଦ ଙ୍କ ସହିତ ବହୁ ନାମୀ ଦାମୀ କମ୍ପାନୀ ର  ବିଜ୍ଞlପନ ଚଳଚିତ୍ର ନିର୍ମାଣର ଅଭିଜ୍ଞତା ଓ  ଦର୍ଶକଙ୍କର ରୁଚି କୁ ଅଗ୍ରାଧିକାର ଦେଇ ନାଟକ  ପ୍ରସ୍ତୁତ କରାଯାଉଚ୍ଛି ବୋଲି  ନିର୍ଦେଶକ ଶ୍ରୀଯୁକ୍ତ ଆଚାର୍ଯ୍ୟ କହିଛନ୍ତି । ନୂତନ ବହି ଓ ଆଖଡ଼ା ପୂଜା ଅବସରରେ ପ୍ରଯୋଜକ ଚକ୍ରଧର ପାଲ,ପରିଚାଳକ ବିଜୟ ଦାସ, ଉପଦେଷ୍ଟା ବିଘ୍ନେଶ୍ୱର ତରାଇ, ସହ ନିର୍ଦେଶକ ଭାଗିରଥି ଛୋଟରାୟ, ସାମ୍ବାଦିକ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ  ।

Leave a Reply

Your email address will not be published. Required fields are marked *