ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

କେନ୍ଦ୍ରାପଡ଼ା,୦୫/୦୮/୨୦୨୬ (ଓଡ଼ିଶା ସମାଚାର)-ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି କେନ୍ଦ୍ରାପଡା ଆଡହକ ଫାଷ୍ଟଟ୍ରାକ ସ୍ୱତନ୍ତ୍ର କୋର୍ଟର ବିଚାରପତି ତ୍ରିବିକ୍ରମ କେଶରୀ ଚିନ୍ନାରା ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହିତ ଅଭିଯୁକ୍ତକୁ ୧୦ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ରହିଛି ।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୫ ମସିହାରେ କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳର ଏକ ଗ୍ରାମର ଜଣେ ନାବଳିକାଙ୍କୁ ସେହି ଅଂଚଳର ଦିପ୍ତୀ ରଞ୍ଜନ ମଲ୍ଲିକଙ୍କ ପୁଅ ମନୋଜ ମଲ୍ଲିକ ଓରଫ ସୋନୁ(୧୯)ବଳାତ୍କାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ସେହି ଅଭିଯୋଗକୁ ଭିତିକରି ଥାନା କେଶ ନମ୍ବର ୩୭୦/୨୦୨୫ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିଲା ।

ପୋଲିସ କୋର୍ଟରେ ଅଭିଯୋଗଫର୍ଦ୍ଧ ଦାଖଲ କରିବା ପରେ ଜି.ଆର. କେଶ ନମ୍ବର ୯୮/୨୦୨୫ରେ ମାମଲାର ବିଚାର ଚାଲିଥିଲା । ସମସ୍ତ ସାକ୍ଷ ପ୍ରମାଣକୁ ବିଚାର କରି କେନ୍ଦ୍ରାପଡା ଆଡହକ ଫାଷ୍ଟଟ୍ରାକ ସ୍ୱତନ୍ତ୍ର କୋର୍ଟର ଜଜ୍ ଅଭିଯୁକ୍ତ ମନୋଜ ମଲ୍ଲିକକୁ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହିତ କୋର୍ଟ ଜିଲା ଆଇନସେବା ପ୍ରାଧିକରଣ ମାଧ୍ୟମରେ ପୀଡିତାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୁରଣ ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । କୋର୍ଟରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ସମର କେଶରୀ ମହାପାତ୍ର ମାମଲା ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *