କଟକ ସଦର, ୦୮/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ତହସିଲ କୁ କର୍ମଚାରୀ ମାନେ ନିର୍ଦ୍ଧିଷ୍ଟ ସରକାରୀ ସମୟରେ ଉପସ୍ଥାନ ଓ ପ୍ରସ୍ଥାନ କରୁନଥିବା କୁ ନେଇ ଜନସାଧାରଣ ସବୁ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଆସୁଥିଲା। ଏହାର ନିରାକରଣ ନିମିତ୍ତ ଆବଶ୍ୟକତା ଦୃଷ୍ଟିରୁ କାର୍ଯ୍ୟାଳୟରେ ଆଙ୍ଗୁଳି ଛାପ ଵାୟୋମେଟ୍ରିକ୍ ମେସିନ୍ ଵ୍ୟଵ୍ୟସ୍ଥା କରିବାକୁ ଗତ ଜୁନ୍ ୫ ତାରିଖ ରେ ‘ଓଡିଶା ସମାଚାର’ ରେ (https://eodishasamachar.com/?p=48747 ) ବିସ୍ତୃତ ଖଵର ପ୍ରକାଶ ପାଇଥିଲା। ଏହି ପରିପ୍ରେକ୍ଷୀରେ ତହସିଲ ପ୍ରଶାସନ ପକ୍ଷରୁ ତହସିଲ କାର୍ଯ୍ୟାଳୟରେ ଵାୟୋମେଟ୍ରିକ ଵ୍ୟଵ୍ୟସ୍ଥା ଲାଗୁ କରାଯାଇ ଆଜି ମଙ୍ଗଳବାର ଠାରୁ ତାହା କାର୍ଯ୍ୟକାରୀ କରାଯାଇଥିବା ଜଣାପଡିଛି। ଏଥିପାଇଁ ସାଧାରଣରେ ସନ୍ତୋଷ ପ୍ରକାଶ ପାଇଛି।
କିଶନନଗର ତହସିଲରେ ଵାୟୋମେଟ୍ରିକ୍ ଉପସ୍ଥାନ ଵ୍ୟଵ୍ୟସ୍ଥା ଲାଗୁ ହେଲା
