କଟକ ସଦର, ୦୫/୦୬/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ତହସିଲ ଓ କଟକ ସଦର ଵ୍ଲକରେ ଜନ ସ୍ୱ।ର୍ଥ ଦୃଷ୍ଟିରୁ ଅଧିକାରୀ,ଅମଲା କର୍ମଚାରୀ ଙ୍କ ସମେତ ୪ର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ପାଇଁ ଆଙ୍ଗୁଳି ଛାପ ଵାୟୋମେଟ୍ରିକ୍ ଉପସ୍ଥାନ ଵ୍ୟଵ୍ୟସ୍ଥା ର ଆବଶ୍ୟକତା ରହିଛି । ଉକ୍ତ ଦୁଇଟି କାର୍ଯ୍ୟାଳୟ ରେ ଵାୟୋମେଟ୍ରିକ୍ ଉପସ୍ଥାନ ଵ୍ୟଵ୍ୟସ୍ଥା ଲାଗୁ କରିବାକୁ ଦୀର୍ଘ ଦିନ ହେଲା ଦାବି ହୋଇଆସୁଛି।

ହେଲେ ଏହାକୁ କାର୍ଯ୍ୟକାରୀ କରାଇନଦେବା ପଛରେ କେଉଁ ମାନଙ୍କ ର ସ୍ୱ।ର୍ଥ ରହିଛି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଛି ଦିନ ହେଲା ଅଧିକାରୀ ଓ କର୍ମଚାରୀ ମାନେ ମନ ଇଛା ନିର୍ଘଣ୍ଟ ସମୟର ଯଥେଷ୍ଟ ବିଳମ୍ବରେ ଆସିବା ଓ ଯଥେଷ୍ଟ ସମୟ ପୂର୍ବରୁ କାର୍ଯ୍ୟାଳୟରୁ ଯିବା ଯୋଗୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଉକ୍ତ ଦୁଇଟି କାର୍ଯ୍ୟାଳୟ ରେ ଵାୟୋମେଟ୍ରିକ ଉପସ୍ଥାନ ଵ୍ୟଵ୍ୟସ୍ଥା ଲାଗୁ କରିବାକୁ କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା ଦାବି କରିଛନ୍ତି।
