ଭୁବନେଶ୍ୱର, ୨୭/୧୧/୨୦୨୪ (ଓଡ଼ିଶା ସମାଚାର)- ସୁଜାତା କାର୍ତ୍ତିକେୟନ ୬ ମାସ ଛୁଟିରୁ ଫେରିବା ପରେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଆଜି ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ମେ ୩୧ରୁ ୬ ମାସ ଛୁଟିରେ ଥିଲେ ସୁଜାତା । ତେବେ ପୁଣି ଥରେ ନିଜର ଛୁଟି ଅବଧିକୁ ଆଉ ୬ ମାସ ବୃଦ୍ଧି ପାଇଁ ଆବେଦନ କରିଥିଲେ । ଗତକାଲି ସୁଜାତା କାର୍ତ୍ତିକେୟନଙ୍କ ସାନି ଛୁଟି ଆବେଦନ କୁ ଅଗ୍ରାହ୍ୟ କରି ଆଜିଠାରୁ କାର୍ଯ୍ୟରେ ଯୋଗ ଦେବାକୁ ସରକାର କହିଥିଲେ।ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ସୁଜାତାଙ୍କୁ ଚିଠି ଲେଖି ତାଙ୍କର ଛୁଟି ଆବେଦନକୁ ରାଜ୍ୟ ସରକାର ଖାରଜ କରିଛନ୍ତି ବୋଲି ଅବଗତ କରାଇବା ସହ ନଭେମ୍ବର ୨୭ରୁ ଚାକିରିରେ ଯୋଗଦେବାକୁ ପରାମର୍ଶ ଦେଇଥିଲେ।
୬ ମାସ ଛୁଟିରୁ ଫେରିବା ପରେ ସୁଜାତା କାର୍ତ୍ତିକେୟନ ଆଜି ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗଦେଲେ
