ଶ୍ରୀବଳଦେବଜୀଉଙ୍କ କନ୍ଦରାସୁର ବଦ୍ଧ ବେଶ

କେନ୍ଦ୍ରାପଡ଼ା,୦୧/୦୨/୨୦୨୬ (ଓଡ଼ିଶା ସମାଚାର)-କନ୍ଦରାସୁର ବଧ ବେଶରେ ଦର୍ଶନ ଦେଲେ ତୁଳସୀକ୍ଷେତ୍ରାଧିପତି ମହାପ୍ରଭୁ ଶ୍ରୀବଳଦେବଜୀଉ । ଆଜି ପବିତ୍ର ମାଘ ପୂର୍ଣ୍ଣିମାରେ ଆରାଧ୍ୟ ଦେବତା କନ୍ଦରାସୁର ବଧ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ସନ୍ଧ୍ୟା ନୀତି ସମ୍ପନ୍ନ ପରେ ପୂଜାପଣ୍ଡାଙ୍କ ଦ୍ୱାରା ଶ୍ରୀଜୀଉଙ୍କ ବେଶ ଅନୁଷ୍ଠିତ ହୋଇଥିଲା । ଶ୍ରୀ ଜୀଉଙ୍କୁ ମାଠ ଏବଂ ମଉଳି ପିନ୍ଧା ଯାଇ ସୋଲ ମଣ୍ଡଳ ଦିଆଯାଇ ହସ୍ତ, ଶ୍ରୀପୟର ଏବଂ ହସ୍ତରେ ହଳ ମୁଷଳ ଦ୍ୱାରା ଦାନବ ସୁର କନ୍ଦରାସୁର ନିଧନ ବେଶ ଭକ୍ତକୁ ଆକର୍ଷିତ କରିଥିଲା । ଏହି ବେଶ ଦେଖିବା ଲାଗି ରାତି ତମାମ ଭିଡ଼ ଲାଗି ରହିଥିଲା । ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ହୋଇ ଅନ୍ୟ ନୀତି କାନ୍ତି କରାଯାଇଥିଲା । ପୌରାଣିକ ତଥ୍ୟ ଅନୁଯାୟୀ ଦାନବ ସୁର କନ୍ଦରାସୁର ଲଳିତ ଗିରିରେ ବାସ କରୁଥିଲା । ପ୍ରବଳ ପ୍ରତାପୀ ଥିଲା । ଧର୍ମ କାର୍ଯ୍ୟରେ ବାଧା ଦେଉଥିଲା । ପ୍ରଭୁ ବଳରାମ ତିର୍ଥ ସମ୍ପନ୍ନ ସାରି ସେହି ଅଳରେ ପହଂଚିଥିଲେ । ଋଷି ମୁନିଙ୍କ ଠାରୁ ସବୁ ଜାଣିବାକୁ ପାଇଥିଲେ । ଏହାପରେ ପ୍ରଭୁ ବଳରାମ ଅସୁରକୁ ଯୁଦ୍ଧ ଆହ୍ୱାନ ଦେଇଥିଲେ । ପ୍ରଭୁଙ୍କ ହସ୍ତରେ ଅସୁର କନ୍ଦରାସୁର ନିଧନ ହୋଇଥିଲା । ଅସୁର କନ୍ୟା ତୁଳସୀ ପ୍ରଭୁ ବଳରାମଙ୍କ ନିକଟରେ ଗୁହାରି କରିଥିଲା ପତ୍ନୀ ଭାବରେ ତାଙ୍କୁ ଗ୍ରହଣ କରିବାକୁ । ପ୍ରଭୁ ତୁଳସୀଙ୍କୁ ପତ୍ନୀ ଭାବରେ ଗ୍ରହଣ କରିଥିଲେ । କନ୍ଦରାସୁରରୁ କେନ୍ଦ୍ରାପଡ଼ା ଦେବୀ ତୁଳସୀ ନାମରେ ତୁଳସୀ କ୍ଷେତ୍ର ଭାବେ ପରିଚିତ ହେଲା ।

Leave a Reply

Your email address will not be published. Required fields are marked *