ଉଇସଡମ ସ୍କୁଲରେ ବନୀକରଣ କାର୍ଯ୍ୟକ୍ରମ

କଟକ ସଦର,୦୭/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସୋମପୁର-କିଶନନଗର ରାସ୍ତା ର ବୁଢିଆଣୀ ମନ୍ଦିର ନିକଟରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ଉଇସଡମ ପବ୍ଲିକ ସ୍କୁଲରେ ଆଜି ସୋମବାର ଦିନ ୭୬ ତମ ବନମହୋତ୍ସବ ସପ୍ତାହ ରାଜ୍ୟରେ ପାଳନ ହେଉଥିବା ଅବସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସ୍କୁଲ ର ନିର୍ଦେଶକ ବିବେକାନନ୍ଦ ଭୁୟାଁ ଙ୍କ ତତ୍ତ୍ୱାବଧାନରେ ଏଵଂ ପରିଚାଳନା ନିର୍ଦ୍ଦେଶକ ପ୍ରିତମ  ଚୈ।ଧୁରୀଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମ ରେ କିଶନନଗର ଥାନା ଅଧିକାରିଣୀ ଦୂର୍ଗେଶ ନନ୍ଦିନୀ ମହାନ୍ତି, ଶିକ୍ଷାବିତ ପ୍ରଦୀପ୍ତ କୁମାର ଆଚାର୍ଯ୍ୟ, ପ୍ରାଧ୍ୟାପକ ଦେବେନ୍ଦ୍ର ନାଥ ବାରିକ୍ ପ୍ରମୁଖ ଯୋଗ ଦେଇ ଚାରା ରୋପଣ କରିବା ସହିତ ‘ ମା ପାଇଁ ଗଛଟିଏ ‘ ସଚେତନତା ବାର୍ତ୍ତା ଦେଇଥିଲେ। ଅଧ୍ୟକ୍ଷା ଅପରାଜିତା ଘୋଷାଲ,ଏଓ ସରିତା ମହାନ୍ତି ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *