କେନ୍ଦ୍ରାପଡ଼ା,୧୮/୦୨/୨୦୨୪ (ଓଡ଼ିଶା ସମାଚାର)- ଗାଁ ସାଥି(ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଜିଲା ସ୍ତରୀୟ ବିଶାଳ ସମାବେଶ ଗରାପୁରସ୍ଥିତ ଶ୍ରୀଗୋପାଳଜୀଉଙ୍କ ମନ୍ଦିର ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ଅନିଲ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସଂଘର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ପଂଚାୟତିରାଜ ବିଭାଗ ଅଧିନରେ କାର୍ଯ୍ୟରତ ଗାଁସାଥୀ(ମେଟ୍)ମାନଙ୍କ ହକ୍ ଦାବି ପୁରଣ କରିବା ନିମନ୍ତେ ସଂଘର ସମସ୍ତ ସଦସ୍ୟ/ସଦସ୍ୟାମାନେ ଏକମନ ହୋଇ ଲଢେଇ କରିବାକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ । ଏଥିସହିତ ସଂଘର ୩ଦଫା ଦାବି ଗ୍ରାମୀଣ ସ୍ତରରେ ସରକାରୀ ଭାବରେ ହେଉଥିବା ବିଭିନ୍ନ ଯୋଜନାରେ ଗାଁସାଥୀଙ୍କୁ କାର୍ଯ୍ୟ ପ୍ରଦାନ ସହିତ ମାସିକ ପ୍ରୋତ୍ସାହନ ରାଶି ୧୦ହଜାରରୁ ଉଦ୍ଧ୍ୱର୍ କରାଯିବା, ବେନିଅମ ଆଧାରରେ ହୋଇଥିବା ଏନଏମଏମଏସ ପଞ୍ଜିକରଣ ଗୁଡିକ ସାରା ରାଜ୍ୟରେ ବନ୍ଦ କରାଯିବା, ନିୟମ ଆଧାରରେ ଥିବା ସମସ୍ତ ଗାଁ ସାଥୀଙ୍କୁ ସଠିକ ଭାବରେ ଚିହ୍ନଟ କରାଯାଇ ସେମାନଙ୍କୁ ଏନଏମଏମଏସ ପଞ୍ଜିକରଣ ପ୍ରଦାନ ପୂର୍ବକ ଉଚିତ ପ୍ରାପ୍ୟ ଦିଆଯିବା, ସମସ୍ତ ଗାଁ ସାଥୀମାନଙ୍କୁ ମନରେଗା କଂଟିଜେନ୍ସି ପାଣ୍ଠିରୁ ଗୋଟିଏ ଗୋଟିଏ ସ୍ମାର୍ଟ ଫୋନ ପ୍ରଦାନ ସହ ରିଚାର୍ଜ ବାବଦ ଅର୍ଥ ପ୍ରଦାନ କରାଯିବା, ସେମାନଙ୍କୁ ଗୋଲାପି ରଙ୍ଗର ଡ୍ରେସ କୋଡ ଓ ଟୋପି ପ୍ରଦାନ କରାଯିବା, ଗାଁ ସାଥିମାନଙ୍କ ପାଇଁ ବ୍ଲକ କ୍ୟାଡର ବ୍ୟବସ୍ଥା ଲାଗୁ କରିବା, ଗାଁ ସାଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ସକରାତ୍ମକ ଚିଠି ଗୁଡିକୁ ସମସ୍ତ ବ୍ଲକ, ପଂଚାୟତ ଓ ଗ୍ରାମ ସ୍ତରରେ ସଠିକ କାର୍ଯ୍ୟାନ୍ୱୟନ କରାଯିବା ଏବଂ ମନରେଗା ଯୋଜନାର ରାଜ୍ୟ, ଜିଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ସାପ୍ତାହିକ ସମୀକ୍ଷା କରିବା ପ୍ରଭୃତି ଦାବି ଉପସ୍ଥାପନ କରି ସରକାର ସେଗୁଡିକୁ ଯଥାଶୀଘ୍ର ପୁରଣ କରିବାକୁ ଦାବି କରିଥିଲେ । ନଚେତ ସଂଘ ପକ୍ଷରୁ ସାରା ରାଜ୍ୟରେ ୬୦ହଜାରରୁ ଉଦ୍ଧ୍ୱର୍ ଗାଁସାଥୀ ଏହାର ପ୍ରତିବାଦରେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଥିଲେ । ଏହି ସମାବେଶରେ ଜିଲା ସମ୍ପାଦକ ବିଜୟ କୁମାର ବେହେରା, କୋଷାଧ୍ୟକ୍ଷ ହରେକୃଷ୍ଣ ମହାପାତ୍ର, ପ୍ରଶାନ୍ତ କୁମାର ଦାସ, ଭାନୁମତୀ ଦାସ, ଜ୍ୟୋସ୍ନôାରାଣୀ ବେହେରା, ଉପେନ୍ଦ୍ର ସାହୁ, ସୁରେଶ ସାମଲ, ଭଞ୍ଜ କୁମାର ଜେନା, ବରଦାକାନ୍ତ ପାତ୍ର, ପୁରୁଷୋତମ ଆର୍ଯ୍ୟ, ବିକାଶ ନାୟକ, ପ୍ରକାଶ ମଳିକ ପ୍ରମୁଖ ମଂଚାସୀନ ଥାଇ ସଂଘର ଦାବି ଅବିଳମ୍ବେ ପୁରଣ ନହେଲେ ସେମାନେ ସରକାରଙ୍କ ବିରୁଦ୍ଧରେ ରାଜାରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅସିତ କୁମାର ଦାସ, ମାନସୀ ସାମଲ, ମମତା ଦାସ, ମାନସୀ ନାୟକ, ଅଜୟ କୁମାର ମହାପାତ୍ର, ମନୋଜ କୁମାର ସୁତାର, କୈଳାସ କୁମାର ପ୍ରଧାନ, କବିର କୁମାର ବସନ୍ତିଆ, ଅୟସକାନ୍ତ ନାୟକ, ଲତିକା ସ୍ୱାଇଁ, ଦିପ୍ତିମୟୀ ବସନ୍ତିଆ, ପ୍ରତାପ ଜେନା, କୈଳାସ ଚନ୍ଦ୍ର ଦାସ, ପ୍ରତାପ ଚନ୍ଦ୍ର ସ୍ୱାଇଁ, ବନିତା ଓଝା, କବି ପ୍ରସାଦ ମଳିକ ପ୍ରମୁଖ ଜିଲ୍ଲାର ଶତାଧିକ ଗାଁସାଥୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଗାଁ ସାଥି(ମେଟ୍)ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲା ସ୍ତରୀୟ ବିଶାଳ ସମାବେଶ
