ଖେଣ୍ଟାଳୋ ଠାରେ ଗୋଚର ଜମି ରେ ପ୍ରକଳ୍ପ ନିର୍ମାଣକୁ ନେଇ ବିବାଦ –

ନ୍ୟାସନାଲ ଗ୍ରୀନ୍ ଟ୍ରିଵ୍ୟୁନାଲଙ୍କ ମାର୍ଗଦର୍ଶିକା କୁ ଉଲଂଘନ ଅଭିଯୋଗ

କଟକ ସଦର,୦୭/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଈଶାଣୀଵ୍ରହ୍ମପୁର ପଞ୍ଚାୟତ ଖେଣ୍ଟାଳୋ ଠାରେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଏଵଂ ପାନୀୟ ଜଳ ବିଭାଗ ଅଧିନରେ ଓରମାସ (ରାଜ୍ୟ ଗ୍ରାମୀଣ ଜୀବିକା ପ୍ରୋତ୍ସାହନ ସମିତି) ଦ୍ୱାରା ୮୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗୋଚର ଜମି ରେ ନିର୍ମାଣ ହେବାକୁ ଥିବା ଗ୍ରାମୀଣ ବୈଷୟିକ ଉଦ୍ୟାନ ପ୍ରକଳ୍ପ କୁ  ନେଇ ବିବାଦ ଉପୁଜିଛି।

କିଶନନଗର ତହସିଲ ଅଧିନସ୍ଥ ଖେଣ୍ଟାଳୋ-୭୨ ମୈ।ଜା ର ଖାତା ନଂ ୧୯୦,ପ୍ଲଟ୍ ନଂ ୧୫ କିସମ ଗୋଚର ଜମି ଉପରେ ଜିଲ୍ଲା ପ୍ରଶାସନ କିପରି ପ୍ରକଳ୍ପ ନିର୍ମାଣ କରିବାକୁ ଆଗଭର ହୋଇ ଗତକାଲି ରବିବାର ଦିନ ନିଜେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ଶିଳାନ୍ୟାସ କରିଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ କୈ।ଣସି ନଦୀ ନିକଟରେ ସ୍ଥାୟୀ ନିର୍ମାଣ ହୋଇପାରିବ ନାହିଁ ବୋଲି ନ୍ୟାସନାଲ ଗ୍ରୀନ୍ ଟ୍ରିଵ୍ୟୁନାଲଙ୍କ ମାର୍ଗଦର୍ଶିକା ବଳବତ୍ତର ଥିବା ବେଳେ ଏହାକୁ ଉଲଂଘନ କରାଯାଇ ମହାନଦୀ ଜଳଧାର ନିକଟରେ ଉକ୍ତ ସ୍ଥାୟୀ ପ୍ରକଳ୍ପ ନିର୍ମାଣ ହେବାକୁ ନେଇ ଦ୍ୱନ୍ଦ ଦେଖାଦେଇଛି।

ସେଥିରେ ଉକ୍ତ ସରକାରୀ ଶିଳାନ୍ୟାସ ଉତ୍ସବକୁ ସାଂସଦ, ବିଧାୟକ, ଜିଲ୍ଲାପାଳ,ପଞ୍ଚାୟତ ସମିତି ଅଧ୍ୟକ୍ଷା,ପିଡି,ଵିଡିଓ, ଅତିରିକ୍ତ ତହସିଲଦାର ପ୍ରମୁଖ ବହୁ ସରକାରୀ ଅଧିକାରୀ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୈ।ଜନ୍ୟତା ଦୃଷ୍ଟିରୁ ସ୍ଥାନୀୟ ସରପଂଚ ଓ ସମିତି ସଭ୍ୟ ଙ୍କୁ ନିମନ୍ତ୍ରଣ କରାନଯାଇ ଉପେକ୍ଷା କରାଯାଇଥିବାରୁ ଅସନ୍ତୋଷ ଦେଖାଦେଇଛି।ଗ୍ରୀନ୍ ଟ୍ରିଵ୍ୟୁନାଲଙ୍କ ମାର୍ଗଦର୍ଶିକା ଉଲଂଘନ ପାଇଁ ଏଵଂ ଗୋଚର ଜମି ପାଇଁ  ଅଦାଲତ ଙ୍କ ଦ୍ୱ।ରସ୍ଥ ହେବା ସମ୍ଭାବନା କୁ ଏଡେଇ ଦେଇ ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *