କଟକ ସଦର,୦୩/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଟ୍ରକ୍ ଧକ୍କାରେ ଜନୈକା ମହିଳା ହୋମଗାର୍ଡ ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ।
କଟକ କମିଶନରେଟ ମାଲଗୋଦାମ ଥାନା ରେ କାର୍ଯ୍ୟରତ ଥିବା ଜନୈକା ମହିଳା ହୋମଗାର୍ଡ ମନୋରମା ପଣ୍ଡା ଡିଉଟି ସାରି ଆଜି ଗୁରୁବାର ଅପରାହ୍ନରେ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ତାଳଦଣ୍ଡା କେନାଲ ବନ୍ଧ ରାସ୍ତା ମାତୃଭଵନ ରେଳ ଓଭରଵ୍ରିଜ ନିକଟରେ ଏକ ଟ୍ରକ୍ ଧକ୍କାରେ ଶୋଚନୀୟ ମୃତ୍ୟୁ ବରଣ କରିଥିବା ଜଣାପଡିଛି।
ଘଟଣା ସ୍ଥଳକୁ ଡିସିପି ଖିଲାରୀ ରିଷିକେଶ ଓ ଅନ୍ୟାନ୍ୟ ଅଧିକାରୀମାନେ ଯାଇଁ ଛାନଭିନ ଚଳାଇଥିବା ବେଳେ ବ୍ୟବଚ୍ଛେଦ ପରେ ମୃତା ମନୋରମାଙ୍କ ଶଵାଧାରରେ ମାଲଗୋଦାମ ପୋଲିସ କର୍ମଚାରୀମାନେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଧକ୍କା ଦେଇଥିବା ଟ୍ରକ୍କୁ ପୋଲିସ ଜବତ କରିଥିବା ମାଲଗୋଦାମ ଥାନା ଆଇଆଇସି ରଜନୀକାନ୍ତ ଦାଶ ସୂଚନା ଦେଇଛନ୍ତି।