ମା ଗୋଜବାୟାଣୀ ମନ୍ଦିର ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

                                               ମା ଗୋଜବାୟାଣୀ ଙ୍କ ଉପରେ ଆଧାରିତ ମାଲୋ ମୋର ଭିଡ଼ିଓ କ୍ୟାସେଟ ରିଲିଜ

ବୋଲଗଡ ୬/୭/୨୦୨୪ (ଓଡ଼ିଶା ସମାଚାର)-ଆଜି ବୋଲଗଡ ବ୍ଲକ ର ବାଙ୍କୋଇ ଗ୍ରାମର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ତାରେଶ୍ୱର ଦେବଙ୍କ ନିକଟରେ ଗଢିଉଠିଥିବା ମା ଗୋଜବାୟାଣୀ ମନ୍ଦିର ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୭ ଘ.ସମୟରେ କଳସଯାତ୍ରା ଓ ହୋମ କାର୍ଯ୍ୟ ସମାପନ ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।ପୂଜକ ଦୟାନିଧି ସୁବୁଦ୍ଧି ସଭା ପରିଚାଳନା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଐତିହାସିକ ଡ଼. ବିଭୁତି ଭୂଷଣ ଦଳାଇ, ମୁଖ୍ୟବକ୍ତା ଭାବେ ଡାକ୍ତର ପ୍ରଶାନ୍ତ କୁମାର ତ୍ରିପାଠୀ, ବିଶିଷ୍ଟ ଅତିଥି ଭାବେ ବାଙ୍କୋଇ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ରଶ୍ମିତା ରାଉତରାୟ ଓ ସଂଗୀତ ନିର୍ଦ୍ଧେଶକ ପୂର୍ଣ୍ଣ ଚନ୍ଦ୍ର ବେହେରା ଯୋଗଦେଇଥିଲେ ।ଏହି ଅବସରରେ ମା ଗୋଜବାୟାଣୀ ଙ୍କ ଉପରେ ଆଧାରିତ ମାଲୋ ମୋର ଭିଡ଼ିଓ କ୍ୟାସେଟ ରିଲିଜ ହୋଇଥିଲା, ଗୀତ, ସଂଗୀତ, କଣ୍ଠ ଓ ନିର୍ଦେଶନା ପୂର୍ଣ୍ଣ ଚନ୍ଦ୍ର ବେହେରା ଦେଇଥିବାବେଳେ, ସମ୍ପାଦନା ଓ କ୍ୟାମେରା ରେ ଅଛନ୍ତି ଓଁ ପ୍ରକାଶ ମହାଦେବ, ପ୍ରଯୋଜକ ଡ଼. ବିଭୂତି ଭୂଷଣ ଦଳାଇ ଥିବାବେଳେ ଅଭିନୟ କରିଛନ୍ତି ପୂଜକ ନିତ୍ୟାନନ୍ଦ, ଶୁଭଶ୍ରୀ, ରାଧାମଣୀ, ବାବୁ, ନବକିଶୋର, କବିତା, ସସ୍ମିତା, ସରୋଜିନୀ, ଅଶାନ୍ତି ଓ ଅନ୍ୟମାନେ ।ମନ୍ଦିର ପରିଚାଳନା କମିଟି ତରଫରୁ ପ୍ରଯୋଜକ ଓ ନିର୍ଦେଶକ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା, ଶେଷରେ ନବକିଶୋର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *