ଡେରାବିଶ,୨୭/୦୪/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କର ମୃତ୍ୟୁ ଘଟିଛି। ମୃତା ମା’ ହେଲେ ଶଶିରେଖା ବାରିକ (୫୫) ଓ ପୁଅ ରବୀନ୍ଦ୍ର ବାରିକ (୨୫)। ଆଜି ସନ୍ଧ୍ୟାରେ ବିଲରେ ମୁଗ ଉପାଡୁଥିବା ସମୟରେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଡେରାବିଶ ପୋଲିସ ଉଭୟଙ୍କ ମୃତଦେହ ଜବତ କରି କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ରବୀନ୍ଦ୍ର ପଞ୍ଚାୟତର ୧୪ ନଂ ଓ୍ବାର୍ଡ ସଭ୍ୟ । ଏହି ଖବର ପାଇଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ବଜ୍ରପାତରେ ମା’ ଓ ପୁଅଙ୍କର ମୃତ୍ୟୁ
