ବଜ୍ରପାତ ରେ ଦୁଇ ଜଣଙ୍କର ମୃତ୍ୟୁ

ଖୋର୍ଦ୍ଧା, ୩୦/୬/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ବ୍ଲକ ପୁବୁସାହି ପଞ୍ଚାୟତ ଜୟମଙ୍ଗଳ ଗ୍ରାମରେ ଆଜି ରବିବାର ବଜ୍ରପାତ ରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦ୍ବୟ ହେଲେ ନାରଣ ପ୍ରଧାନ(୬୨) ଓ ସରୋଜ ଜେନା(୪୨)।ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ସହ ଘଡ଼ଘଡ଼ି ଜାରି ରହିଛି।
ଆଜି ଉଭୟ ବିଲରେ ଚାଷ କାମ ସାରି ଘରକୁ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା। ଉଭୟ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଟାଉନ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଖବରପାଇ ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ ପହଞ୍ଚି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଦେଇଥିଲେ। ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *