ସରସ୍ୱତୀ ଶିଶୁ ମନ୍ଦିର ଗାଡ଼ି ଦୂର୍ଘଟଣାଗ୍ରସ୍ତ , ଅଳ୍ପକେ ବର୍ତିଲେ ୧୮ ଶିଶୁ 

 ଗରଦପୁର,୨/୭/୨୦୨୫(ଓଡ଼ିଶା ସମାଚାର )- ଆଜି ସକାଳେ ଗରଦପୁର ବ୍ଲକ୍ ଅନ୍ତର୍ଗତ ବେଡ଼ାରୀ ପଂଚାୟତ ବେଡ଼ାରୀ ବାରିକ ସାହି ନିକଟରେ ଶିଶୁ ମନ୍ଦିର ର ଛୋଟ ଛୋଟ ଶିଶୁ ମାନଙ୍କୁ ନେଇ ଯାଉଥିବା ବୋଲେରୋ ଗାଡ଼ିଟି ଦୂର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ବୋଲେରୋ ରେ ୧୮ ଜଣ ଶିଶୁ ଥିଲେ । ମାତ୍ର ଜଣେ ଶିଶୁ ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ରୁ ଜଣାପଡ଼ିଛି, ଯେ ହରିଦାସପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ଶିଶୁ ମାନଙ୍କୁ ନେଇ ବିଦ୍ୟାଳୟକୁ ଆସୁଥିବା ବୋଲେରୋ ଟି ବେଡ଼ାରୀ ବାରିକ ସାହି ନିକଟରେ ଥିବା ଏକ ପୋଖରୀ ନିକଟରେ ପୋଖରୀ ପଟକୁ ରାସ୍ତା ତଳକୁ ଧସିଯାଇଥିଲା । ସୌଭାଗ୍ୟ ବସତଃ ବୋଲେରୋଟି ପଲଟି ନଥିଲା । ତେଣୁ ସେହି ପାଖରେ ଥିବା ଲୋକମାନେ ତୁରନ୍ତ ଯାଇ ବୋଲେରୋ ରେ ଥିବା ଶିଶୁ ମାନଙ୍କୁ ବାହାରକୁ ବାହାର କରିଆଣିଥିଲେ । ଫଳରେ ବୋଲେରୋ ରେ ଥିବା ୧୮ ଜଣ ଶିଶୁ ଦୂର୍ଘଟଣା ରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।
ଭାଙ୍ଗି ଯାଇଥିବା ଏହି ଆରଡ଼ି ରାସ୍ତା ନିକଟରେ ଅନେକ ଥର ଦୁର୍ଘଟଣା ଘଟିଲାଣି ହେଲେ କେନ୍ଦ୍ରାପଡା ଆରଡ଼ି ଡିଭିଜନ ଏଥିପ୍ରତି ଭୃକ୍ଷେପ କରୁନାହାନ୍ତି । ରାସ୍ତାକୁ ଲାଗିଥିବା ଏକ ପରିତ୍ୟକ୍ତ ଗଡିଆ ଅଛି ଯାହାର ଗଭୀରତା ଆଠ ଦଶ ଫୁଟ ହେବ । ଗାଡିଆକୁ ଲାଗି ଆରଡ଼ି ରାସ୍ତା ନିର୍ମାଣ ହୋଇଥିଲେ ସୁଦ୍ଧା ଗଡିଆ ପୋତା ଯାଇନି କିମ୍ବା ଗଡିଆ ପାଖକୁ ମାଟି ପକାଇ ଓସାରିଆ କରାଯାଇନି । ରାସ୍ତା ନିର୍ମାଣ ହେବାର ଛଅ ମାସ ମଧ୍ୟରେ ନିମ୍ନ ମାନର କାର୍ୟ୍ୟ ଯୋଗୁ ଗଡିଆ ନିକଟରେ ଚାଳିଶ ଫୁଟ ଲମ୍ବରେ ଢ଼ଳେଇ ଫାଟି ଗଡିଆକୁ ଧସିଯାଇଛି । ଫଳରେ ସେହି ଜାଗାରେ ରାସ୍ତାର ଓସାର କମିଯାଇଛି ।

ଏଣୁ ସେଠାରେ ବାରମ୍ବାର ଦୁର୍ଘଟଣା ଘଟିଚାଲିଛି । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୮କୋଟି ୫୦ଲକ୍ଷ୍ୟ ଟଙ୍କା ବ୍ୟୟରେ ଏହି ରାସ୍ତା ଦୁଇବର୍ଷ ତଳେ ପଟକୁରାର ପୂର୍ବତନ ବିଧାୟିକା ସାବିତ୍ରୀ ଅଗ୍ରୱାଲା ଙ୍କ ପ୍ରଚେଷ୍ଟାରେ ଓ ଗ୍ରାମଉନ୍ନୟନ ବିଭାଗ କେନ୍ଦ୍ରାପଡା ଙ୍କ ତତ୍ୱାବଧାନରେ ନିର୍ମାଣ ହୋଇଥିଲା । ସେତେବେଳେ ସମ୍ପୃକ୍ତ ଠିକାଦାର ରାସ୍ତା ର ଅନେକକାର୍ୟ୍ୟ କରିନଥିଲେ । ବେଡାରୀ ଗ୍ରାମର ଗୁଡ଼ିଆସାହି ନିକଟରେ ରାସ୍ତାରେ ପଚାଶ ଫୁଟ ଲମ୍ବରେ ଢ଼ଳେଇ ନକରି ଠିକାଦାର କାମ ଅଧା ରଖିଛନ୍ତି । ସେହିପରି ଗ୍ରାମପଞ୍ଚାୟତ ରାସ୍ତାର ଖଣ୍ଡିଆ ବନ୍ଧ ନିକଟତେ ପ୍ରାୟ ଶହେ ଫୁଟ ଲମ୍ବରେ ରାସ୍ତା କାମ ନକରି ଛାଡିଦେଇଛନ୍ତି ।

ବେଡାରୀ ଠାକୁରାଣୀ ଦାଣ୍ଡରୁ ସ୍କୁଲ ପର୍ୟ୍ୟନ୍ତ ଥିବା ରାସ୍ତା ପ୍ରାୟ ହଜାରେ ଫୁଟ ଲମ୍ବରେ ନିମ୍ନ ମାନର କାର୍ୟ୍ୟ ଯୋଗୁ ରାସ୍ତାରୁ ଗୋଡି ଉଠିଯାଇଛି ଫଳରେ ରାସ୍ତାରେ ଚାଲିକରି ଯିବା କଷ୍ଟ ହେଉଛି ।
ବର୍ଷା ପାଣି ନିଷ୍କାସନ ପାଇଁ ଖଣ୍ଡିଆ ବନ୍ଧ ରାସ୍ତାରେ ଗୋଟିଏ ପୋଲ ହେବା କଥା କିନ୍ତୁ ଠିକାଦାର ଏସବୁ ନକରି ତାଙ୍କ ବିଲ ଉଠାଇନେଇଛନ୍ତି । ଏଣୁ ଏହି କାର୍ୟ୍ୟର ଊଚ୍ଚ ସ୍ତରୀୟ ତଦନ୍ତ କରି ରାସ୍ତାକୁ ଗମନାଗମନ ଉପଯୋଗୀ କରିବା ପାଇଁ ପୂର୍ବତନ ସରପଞ୍ଚ ଗୋକୁଳାନନ୍ଦ ବେହେରା, ପୂର୍ବତନ ସରପଞ୍ଚ ରବୀନ୍ଦ୍ର ନାଥ ବାରିକ, ଶିକ୍ଷାବିତ ଅରକ୍ଷିତ ବେହେରା, ଧ୍ରୁବଚରଣ ସାହୁ,ପ୍ରଦୀପ ବେଉରା, ଅଜୟ ବାରିକ,ଧର୍ମାନନ୍ଦ ସାହୁ, ଅକ୍ଷୟ ସୁତାର, ଅଶୋକ ସାହୁ, ଯୋଗେନ୍ଦ୍ର ମଲ୍ଲିକ, ଉପେନ୍ଦ୍ର ଦାଶ, ହିମାଂଶୁ ଭୂୟାଁ, ନରେଶ ସାହୁ,ପ୍ରମୁଖ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *