ମାହାଙ୍ଗା,୦୯/୦୩/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା )-ମାହାଙ୍ଗା ରାଜନୀତି ରେ ଉଷ୍ମତା ଥମିବାର ନାଁ ଧରୁନାହଁ । ପୁଣି ଘଟିଛି ଆଉ ଏକ ଅଭାବନୀୟ ଘଟଣା । ବିଶ୍ଵ ମହିଳା ଦିବସରେ ଜଣେ ମହିଳା ସମିତି ସଭ୍ୟା ଙ୍କୁ ଘରେ ପଶି ଆକ୍ରମଣ କରିଛନ୍ତି । ଗତକାଲି ବିଶ୍ଵ ମହିଳା ଦିବସରେ ମାହାଙ୍ଗା ବ୍ଲକ୍ ପୋଡ଼ାମରାଇ ପଞ୍ଚାୟତ ର ମହିଳା ସମିତି ସଭ୍ୟା ସୋନାଲି ପ୍ରିୟଦର୍ଶିନୀ ଙ୍କୁ ସ୍ଵାଧୀନ ବିଧାୟକ ଙ୍କ ସମର୍ଥକ ମାନେ ଘରେ ପଶି ମାଡ଼ ମାରିଛନ୍ତି ବୋଲି ସମିତି ସଭ୍ୟା ସୋନାଲି ଅଭିଯୋଗ ଆଣିଛନ୍ତି ।
ଖୋଦ୍ ବିଧାୟକ ଙ୍କ ନିଜ ପଞ୍ଚାୟତ ର ସମିତିସଭ୍ୟା ଙ୍କୁ ଘରେ ପଶି ବିଧାୟକ ଙ୍କ ୪ ଜଣ ସମର୍ଥକ ମାଡ଼ ମାରିବା ସହ ତାଙ୍କ ମୋବାଇଲ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ବିଜେଡି ର ଏକ ପ୍ରତିବାଦ ସଭାକୁ ସୋନାଲି କିଛି ମହିଳା ମାନକୁ ସାଙ୍ଗରେ ଧରି ଯାଇଥିଲେ । ଏହା ପରେ ବିଧାୟକ ଙ୍କ ସମର୍ଥକ ମାନେ ସେମାନଙ୍କ ସୁଭଦ୍ରା ପଇସା କାଟି ଦେବେ ବୋଲି ଧମକ ଦେଇଥିଲେ । ଏହା ପରେ ଘରେ କେହି ନଥିବା ବେଳେ ସମିତି ସଭ୍ୟା ସୋନାଲି ଙ୍କ ଘରେ ପଶି ଆକ୍ରମଣ କରିଥିଲେ । ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ରେ ମାହାଙ୍ଗା ମେଡିକାଲ କୁ ପଠା ଯାଇଥିଲା ।
ପରେ ଘଟଣାସ୍ଥଳରେ ସାଲେପୁର ଏସଡିପିଓ ଙ୍କ ସମେତ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଦୋଷୀ କୁ ତୁରନ୍ତ ଗିରଫ କରିବା ସହିତ ତାଙ୍କୁ ନ୍ୟାୟ ଦରକାର ବୋଲି ସେ କହିଛନ୍ତି। ଯଦି ଜଣେ ମହିଳା ସମିତିସଭ୍ୟା ହୋଇ ଖୋଦ୍ ବିଧାୟକ ଙ୍କ ପଞ୍ଚାୟତ ରେ ସୁରକ୍ଷିତ ନୁହନ୍ତି , ତାହେଲେ ରାଜ୍ୟରେ ନାରୀ ଙ୍କୁ ସରକାର କି ପ୍ରକାର ସୁରକ୍ଷା ଦେବେ ବୋଲି ସୋନାଲି ପ୍ରଶ୍ନ କରିଛନ୍ତି।
