ଜଗତସିଂହପୁର,୦୧/୦୭/୨୦୨୫ (ଓଡ଼ିଶା ସମାଚାର)- ଜଗତସିଂହପୁର ଜ଼ିଲ୍ଲା ରେ ପ୍ରସିଦ୍ଧି ଲାଭ କରିଥିବା ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣ ରେ ଆଜି ହେରା ପଞ୍ଚମୀ କାର୍ଯ୍ୟକ୍ରମ ମହାସମାରୋହ ରେ ପାଳିତ ହୋଇଯାଇଛି । ମା ଲକ୍ଷ୍ମୀ ଶ୍ରୀ ମନ୍ଦିର ରୁ ସୁସଜିତ ପାଲିଙ୍କି ରେ ଏକ ଶୋଭାଯାତ୍ରା ରେ ବଡ ଦାଣ୍ଡ ରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ଯାଇଥିଲେ । ସେଠାରେ ମହାପ୍ରଭୁ ଙ୍କ ଉପରେ କ୍ରୋଧନ୍ୱିତ ହୋଇ ରଥ ଭାଙ୍ଗି ଶ୍ରୀ ମନ୍ଦିର ପ୍ରତ୍ୟାବର୍ତନ କରିବା ପରେ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ସାଂସ୍କୃତିକ ଭଜନ ସଂନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଠାକୁର ରାଜା ଜ଼ିଲ୍ଲାପାଳ ଜେ ସୋନାଲ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଭଜନ ସଂନ୍ଧ୍ୟା କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ମନ୍ଦିର ପରିଚାଳନା ଟ୍ରଷ୍ଟି ଉପ ଜ଼ିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ , ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରା ଉପରେ ଉଦବୋଧନ ଦେଇଥିଲେ । ପରିଚାଳନା ପରିଷଦ ସଦସ୍ୟ ଲକ୍ଷ୍ମୀ ନାରାୟଣ ସାମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିବା ପରେ ସମସ୍ତ ଅତିଥି ଙ୍କୁ ବଡ଼ ପଣ୍ଡା ଅରୁଣ କୁମାର ପଣ୍ଡା ପୁଷ୍ପଗୁଚ୍ଛ, ସ୍ମୁତି ଫଳକ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ପରିଚାଳନା ପରିଷଦ ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା, ପ୍ରିୟ ନାଥ ରାୟ, ଆଶିଷ ମହାପାତ୍ର, ସୁର ପ୍ରସାଦ ନାୟକ, ମୌସୁମୀ ବାରିକ ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିବା ବେଳେ ସଦସ୍ୟ ରାମଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
