ଅଟଳ ପେନସନ ଯୋଜନା ସମ୍ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଯାଜପୁର,୧୭/୧୦/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ): ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଅଗ୍ରଣୀ ବ୍ୟାଙ୍କ, ଯାଜପୁର  ଆନୁକୁଲ୍ୟରେ ଆଜି ଏକ ଅଟଳ ପେନସନ ଯୋଜନା (APY) ସମ୍ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରଭେସ କୁମାର, CGM (PFRDA) ଉଦ୍ ଘାଟନ କରି ଭାରତ ସରକାରଙ୍କ ଏହି ପେନସନ ଯୋଜନାର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଶ୍ରୀମତୀ ପ୍ରିୟଙ୍କା ଗୁପ୍ତା ଏହି ଯୋଜନା ଉପରେ ବିସ୍ତୃତ ବିବରଣୀ ଦେଇ ହିତାଧିକାରି ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଗୌତମ ପାତ୍ର, SLBC Convenor, ଶ୍ରୀ ଅଶୋକ କୁମାର ବେହୁରିଆ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ, ଯାଜପୁର, ଶ୍ରୀ ଶ୍ରୀକାନ୍ତ ତ୍ରିପାଠୀ, DGM (FI), ଶ୍ରୀ ଲିଙ୍ଗରାଜ ନାୟକ, SLBC Incharge ଶ୍ରୀମତୀ ସିପାଲିନ୍ ଦାସ, DDM,ନାବାର୍ଡ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଯାଜପୁର ଜିଲ୍ଲା ଅଧିକରୁ ଅଧିକ ଯୋଗ୍ୟ ବ୍ୟକ୍ତିଙ୍କୁ ଅଟଳ ପେନସନ ଯୋଜନାରେ ସାମିଲ କରିବାକୁ ଆହ୍ବାନ ଦେଇଥିଲେ।

ଷ୍ଟେଟ ବ୍ୟାଙ୍କ ଓ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ନୂତନ କରି ସାମିଲ ହେଇଥିବା ଅଟଳ ପେନସନ ଯୋଜନାରେ ହିତାଧିକାରୀଙ୍କୁ PRAN Card ପ୍ରଦାନ କରାଯାଇଥିଲା ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ଯେଉଁମାନେ ଏହି ଯୋଜନାରେ ଭଲ ପ୍ରଦର୍ଶନ କରିଛନ୍ତି। ସେମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ୩୦୦ ରୁ ଉର୍ଦ୍ଧ୍ବ ଗ୍ରାହକ ଏହି ସଭାରେ ଅଂଶ ଗ୍ରହଣ କରିଥିଲେ। ଶ୍ରୀ ବ୍ରଜକିଶୋର ନାୟକ, ସଭାକୁ ପରିଚାଳନା କରିଥିବାବେଳେ ଶ୍ରୀ ଦିଲ୍ଲୀପ କୁମାର ଭୂୟାଁ, ଅଗ୍ରଣୀ ବ୍ୟାଙ୍କ ପରିଚାଳକ ,ଯାଜପୁର ସର୍ବଶେଷରେ ନିଜ ବକ୍ତବ୍ୟ ରଖିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *