କଟକ ସଦର ରଜ ମହୋତ୍ସବ ର ଦ୍ୱିତୀୟ ସଂଧ୍ୟା

କଟକ ସଦର , ୧୪/୦୬/୨୦୨୫ (ଓଡିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ୫ ଦିନିଆ କଟକ ସଦର ରଜ ମହୋତ୍ସବ ଗତକାଲି ଶୁକ୍ରବାର ସଜବାଜ ସଂଧ୍ୟାରେ ଉଦଘାଟିତ ହୋଇଥିବା ବେଳେ ଆଜି ପହିଲି ରଜ  ମହୋତ୍ସବ ର ଦ୍ୱିତୀୟ ସଂଧ୍ୟାରେ  ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇଥିଲେ।

ବିଧାୟକ ଇଂ ସେଠୀ ଙ୍କ ପୈ।ରୋହିତ୍ୟରେ ଆୟୋଜିତ ଉକ୍ତ ସଭାରେ ରାଜ୍ୟର କୃଷିଭିତ୍ତିକ ଗଣପର୍ବ ରଜ ପର୍ଵ କୁ କିଶନନଗର ଠାରେ ଧୁମଧାମରେ ପାଳନ କରାଯାଉଥିବାରୁ ମନ୍ତ୍ରୀ ବିମୋହିତ ହୋଇଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବାବା ଅମୃତା ନନ୍ଦ ମହାରାଜ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ,ତନ୍ମୟ ଦାସ, ସମାଜ ସେବୀ ହିମାଂଶୁ ମହାନ୍ତି, ସରପଂଚ ସୁଜାତା ସେଠୀ ପ୍ରମୁଖ ମଞ୍ଚାସୀନ ଥଵା ବେଳେ ମଞ୍ଚ ତଳେ ଅତିରିକ୍ତ ଜିଲ୍ଲାପାଳ ଦିବ୍ୟ ଲୋଚନ ମହନ୍ତ, ସଦର ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ, ତହସିଲଦାର କ୍ଷିରୋଦ କୁମାର ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଲୋକେ ଭରପୁର ମଜା ନେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଉତ୍କଳ ବିକାଶ ପରିଷଦ ସଭାପତି ଇଂ ପ୍ରଭାତ କୁମାର ସେଠୀ, କାର୍ଯ୍ୟକାରୀ ସଭାପତି ବିମଳ ପଣ୍ଡା, ଅର୍ଜୁନ ସାହୁ, କାର୍ତ୍ତିକ ସାହୁ,ଵାପି ନନ୍ଦ, କ୍ଷିରୋଦ ସେଠୀ ପ୍ରମୁଖ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *