ସାମନ୍ତ ଚନ୍ଦ୍ରଶେଖର ଉଦ୍ଭିଦ ବିଜ୍ଞାନୀ ସଂଘ ର ୨ୟ ବାର୍ଷିକ ସମ୍ମେଳନ ଉତ୍ସବ

ପୁରୀ, ୧୧/୧୨/୨୦୨୩ (ଓଡ଼ିଶା ସମାଚାର)- ଗତ କାଲି (୧୦/୧୨/୨୦୨୩) ପୁରୀ ସ୍ଥିତ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟ ଠାରେ ସାମନ୍ତ ଚନ୍ଦ୍ରଶେଖର ଉଦ୍ଭିଦ ବିଜ୍ଞାନୀ ସଂଘ ର ୨ୟ ବାର୍ଷିକ ସମ୍ମେଳନ ଉତ୍ସବ ୨୦୨୩ ଏକ ଅଦ୍ୱିତୀୟ ଢଙ୍ଗ ରେ ପାଳିତ ହୋଇଯାଇଛି।  ଉକ୍ତ ଉତ୍ସବ ଟି ପରିବେଶ ର ସୁରକ୍ଷା ବାର୍ତା ପ୍ରଦାନ ପୂର୍ବକ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରୁ ଆରମ୍ଭ ହୋଇଥିଲା। ଉଦ୍ଭିଦ ବିଜ୍ଞାନୀ ସଂଘ ର ସଭାପତି ପ୍ରାଧ୍ୟାପକ ଡ. ବାମନ ଚନ୍ଦ୍ର ଆଚାର୍ଯ୍ୟ ଙ୍କ ନେତୃତ୍ୱରେ ଅନେକ ବରିଷ୍ଠ ବୈଜ୍ଞାନିକ, ପରିବେଶବିତ୍ ପ୍ରଶାସନିକ ଅଧିକାରୀ ଏବଂ ମହାବିଦ୍ୟାଳୟ ର ପୁରାତନ ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ସମ୍ପାଦିତ ହୋଇଥିଲା । ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ୧୯୭୨ ମସିହା ରେ ମହାବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ବିଭାଗର ବିଦ୍ୟାର୍ଥି ଡ଼. ନିଖିଳ ଚନ୍ଦ୍ର ବେହେରା, ଡ଼. ଅଖିଳ ଚନ୍ଦ୍ର ପ୍ରଧାନ, ଡ଼. ପ୍ରଦୀପ କୁମାର ରଥ, ଡ଼. ଅନ୍ଵାର ହୁସେନ ଙ୍କ ସହ ସଂଘ ର ସମ୍ପାଦକ ଶ୍ରୀ ଉଦୟ ଶଙ୍କର ଆଚାର୍ଯ୍ୟ, ଉପ ସଭାପତି ତଥା ବିଭାଗ ମୁଖ୍ୟ ଡ଼. ଗୁରୁ ଚରଣ ନାୟକ, କୋଷାଧ୍ୟକ୍ଷ ଶ୍ରୀ ଅଶୋକ କୁମାର ପୃଷ୍ଟି, ଯୁଗ୍ମ ସମ୍ପାଦକ ଡ଼. ସତ୍ୟନାରାୟଣ ସେଠୀ ଏବଂ ଡ଼. ବିଭୂତି ଭୂଷଣ ଚମ୍ପତ୍ତି ଓ କାର୍ଯ୍ୟନିର୍ବାହୀ ଶ୍ରୀମତି ଲିପ୍ସା ପ୍ରମୁଖଙ୍କ ସହିତ ବିଦ୍ୟାର୍ଥୀ ଏବଂ ସଦସ୍ୟ ମାନକ ଉପସ୍ଥିତିରେ ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ବୃକ୍ଷରୋପଣ କରିଥିଲେ।  ଗାୟତ୍ରୀ ମନ୍ତ୍ର ପାଠ କରି ସମ୍ପୂର୍ଣ୍ଣ ଶ୍ରଦ୍ଧା ଓ ନିଷ୍ଠା ର ସହିତ ବୃକ୍ଷ ରୋପଣ କାର୍ଯ୍ୟ ସମାପନ ହୋଇଥିଲା। ପରେ ପରେ ସଭା କାର୍ଯ୍ୟ ପ୍ରାରମ୍ଭ ହୋଇଥିଲା। ସଂଘ ର ଯୁଗ୍ମ ସମ୍ପାଦକ ଡ଼. ବିଭୂତି ଭୂଷଣ ଚମ୍ପତ୍ତୀ ଆନୁଷ୍ଠାନିକ ସ୍ବାଗତ କରିବା ସହିତ ଅତିଥି ମାନଙ୍କ ଦ୍ଵାରା ପ୍ରଭୁ ଜଗନ୍ନାଥଙ୍କୁ ପୁଷ୍ପ ମାଲ୍ୟ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ସମ୍ମେଳନ ଉତ୍ସବରେ ଉତ୍କଳ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରାଧ୍ୟାପକ ଡ଼. ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି, ପ୍ରାଧ୍ୟାପକ ଡ଼. ସୁନ୍ଦର ନାରାୟଣ ପାତ୍ର ମୁଖ୍ୟ ବକ୍ତା, ଡ଼. ଦେବଦାସ ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମ ଶୋଭା ବୃଦ୍ଧି କରିଥିଲେ। ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଡ଼. ଗୁରୁ ଚରଣ ନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ସଂଘ ର ସମ୍ପାଦକ ଶ୍ରୀ ଉଦୟ ଶଙ୍କର ଆଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ। ଉତ୍ସବ ର ମୁଖ୍ୟ ଅତିଥି ପୁରାତନ ବିଦ୍ୟାର୍ଥୀ ସଂଘ ର ଉପାଦେୟତା ବର୍ଣ୍ଣନା କରିବା ସହ ନିଜେ ପାଇଥିବା ସଫଳତା ପାଇଁ ସମ୍ପୂର୍ଣ ଶ୍ରେୟ ନିଜ ମହାବିଦ୍ୟାଳୟ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟ କୁ ଦେଇଥିଲେ ଯେଉଁଠାରେ ସେ ପ୍ରାଣୀ ବିଜ୍ଞାନ ବିଭାଗର ବିଦ୍ୟାର୍ଥୀ ଥିଲେ। ମୂଖ୍ୟ ବକ୍ତା ଵିଦ୍ୟା ଅଧ୍ୟୟନ ସହ ଗୁରୁ ଶିକ୍ଷ୍ୟା ସମ୍ପର୍କ ର ମହତ୍ତ୍ଵ ବିଷୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସମ୍ମାନିତ ଅତିଥି ମହାବିଦ୍ୟାଳୟ ରେ ପୁରାତନ ବିଦ୍ୟାର୍ଥୀ ସଂଘ ର କେତେ ଗୁରୁତ୍ଵ ରହିଛି ଏବଂ ଏହା ମହାବିଦ୍ୟାଳୟ ର ମାନ କୁ କିଭଳି ଭାବେ ରେ ବୃଦ୍ଧି କରୁଛି ବର୍ଣ୍ଣନା କରିଥିଲେ। ଏହି ଉତ୍ସବ ରେ ୧୯୭୨ ମସିହା ରୁ ଆରମ୍ଭ କରି ୨୦୨୩ ପର୍ଯ୍ୟନ୍ତ ପୁରାତନ ବିଦ୍ୟାର୍ଥୀ ମାନଙ୍କ ସହ  ଅନ୍ୟୁନ ୧୦୦ ରୁ ଅଧିକ ବିଦ୍ୟାର୍ଥୀ, ଶିକ୍ଷକ,  ଏବଂ ଅନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ଏହି ଉତ୍ସବରେ ସଂଘ ତରଫରୁ ପ୍ରାକ୍ତନ ପ୍ରଫେସର ପ୍ରଦୀପ କୁମାର ଚାନ୍ଦ, ପ୍ରଫେସର ଉମ୍ମାବଲ୍ଲଭ ମହାପାତ୍ର ଓ ପ୍ରଫେସର ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ବିଶିଷ୍ଟ ବରିଷ୍ଠ ବୈଜ୍ଞାନିକ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ପ୍ରାକ୍ତନ ପ୍ରଫେସର ସୁନ୍ଦର ନାରାୟଣ ପାତ୍ରୋ ଏବଂ ପ୍ରଫେସର ବାମନଚନ୍ଦ୍ର ଆଚାର୍ଯ୍ୟଙ୍କୁ ଉଦ୍ଭିଦ ବିଜ୍ଞାନରେ ଜୀବନ ବ୍ୟାପୀ ସାଧନା ପାଇଁ ସମ୍ମାନିତ କରାଯାଇଥିଲା। ଡ.ଗୌରୀ ପ୍ରସାଦ ନାୟକ, ଡ.ଅଭିମନ୍ୟୁ ଭୁୟାଁ ଏବଂ ଡ.ହରିହର ପ୍ରସାଦ ଦାଶଙ୍କ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ସମେତ ଡ.ବିଭୁତି ଭୂଷଣ ଚମ୍ପତିଙ୍କୁ ବିଶିଷ୍ଟ ଯୁବ ବୈଜ୍ଞାନିକ ପୁରସ୍କାର ପ୍ରଦାନ କରାଯାଇଥିଲା। ସିଫାର ବରିଷ୍ଠ ବୈଜ୍ଞାନିକ ଡ.ସତ୍ୟନାରାୟଣ ସେଠୀ ପୁରସ୍କୃତ ବ୍ୟକ୍ତିବିଶେଷଙ୍କ ମାନପତ୍ର ପାଠ କରିଥିଲେ। ପ୍ରାକ୍ତନ ପ୍ରାଧ୍ୟାପକ ତଥା କୁଳପତି ଡ଼ ପ୍ରଦୀପ କୁମାର ଚାନ୍ଦ ମତ ରଖିଥିଲେ ଯେ ସାମନ୍ତ ଚନ୍ଦ୍ରଶେଖର ଉଦ୍ଭିଦ ବିଜ୍ଞାନୀ ସଂଘ ଅନ୍ୟ ପୁରାତନ ବିଦ୍ୟାର୍ଥୀ ସଂଘ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଅଦ୍ୱିତୀୟ କାରଣ ଏହା କେବଳ ପୁରାତନ ବିଦ୍ୟାର୍ଥୀ ମାନଙ୍କୁ ନୁହେଁ, ବିଭାଗରେ ଶିକ୍ଷାଦାନ କରିଥିବା ଗୁରୁ ବୃନ୍ଦ ଏବଂ ଅନ୍ୟମାନଙ୍କୁ ସଂଯୋଗ କରୁଛି। ର ଉକ୍ତ ଉତ୍ସବ ରେ ୨୦୧୦ ରୁ ୨୦୨୩ ମଧ୍ୟରେ ଉଦ୍ଭିଦ ବିଜ୍ଞାନ ବିଭାଗର ସର୍ବୋଚ୍ଚ ସଂଖ୍ୟା ରେ ଉତ୍ତୀର୍ଣ୍ଣ ହୋଇଥିବା ବିଦ୍ୟାର୍ଥୀ ମାନଙ୍କ ସହିତ ଉତ୍ତମ ପାଠଚକ୍ର ଉପସ୍ଥାପକ ଙ୍କୁ ସମ୍ମାନିତ କରାଯାଇଥିଲା ଏହି ଅବସରରେ ପୁରାତନ ଛାତ୍ରଛାତ୍ରଙ୍କ ମଧ୍ୟରେ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନ୍ତିମ ପର୍ଯ୍ୟାୟରେ ବର୍ତ୍ତମାନ ବିଭାଗରେ ଅଧ୍ୟୟନରତ ବିଦ୍ୟାର୍ଥୀ ମାନଙ୍କୁ କାର୍ଯ୍ୟକ୍ରମ ରେ ସେମାନଙ୍କ କାର୍ଯ୍ୟଦକ୍ଷତା ପାଇଁ ଉତ୍ତମ ସ୍ୱେଚ୍ଛାସେବକ ପୁରସ୍କାର ପ୍ରଦାନ କରାଯାଇଥିଲା। ସଂଘ ର ଯୁଗ୍ମ ସମ୍ପାଦକ ଅଶୋକ କୁମାର ପୃଷ୍ଟି ଓ କାର୍ଯ୍ୟନିର୍ବାହୀ ସଦସ୍ୟ ଲିପ୍‍ସା ଧନ୍ୟବାଦ ଅର୍ପଣ କରିଥିଲେ। ସଂଘ ର ସଭାପତି ପ୍ରାଧ୍ୟାପକ ଡ଼. ବାମନ ଚନ୍ଦ୍ର ଆଚାର୍ଯ୍ୟ ଏହି ଅଧିବେଶନ   ଅନୁଷ୍ଠାନିକ ସମାପ୍ତ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *