ସାଲେପୁର ବ୍ଲକ୍ ପରିସର ରେ ଜିଲ୍ଲାପାଳ ଙ୍କ ଜନ ଶୁଣାଣି ଅନୁଷ୍ଠିତ

ସାଲେପୁର,୦୧/୦୭/୨୦୨୫ (ଓଡିଶା ସମାଚାର /ଅଭୟ ଜେନା ) -କଟକ ଜିଲ୍ଲା ସାଲେପୁର ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି   ଜନ ଶୁଣାଣି ଶିବିରରେ ଜିଲ୍ଲାପାଳ ଙ୍କ ସହ ଉପଜିଲ୍ଲାପାଳ ,ଗ୍ରାମାଞ୍ଚଳ ଏସପି , ପିଡ଼ି, ପଞ୍ଚାୟତ ସମିତି ଅଧ୍ୟକ୍ଷ ,ଉପଖଣ୍ଡ ଆରକ୍ଷୀ ଅଧିକାରୀ ,ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଙ୍କ ସହ ଜିଲ୍ଲା ସ୍ତରୀୟ ପ୍ରାୟ ସବୁ ବିଭାଗର ଅଧିକାରୀ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।

ଏହି ଶିବିରରେ ମୋଟ ୧୯୩ଟି ଅଭିଯୋଗ ନେଇ ଜନ ସାଧାରଣ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ। ରାସନ୍ କାର୍ଡ, ଭତ୍ତା ବଣ୍ଟନ , ଡ୍ରେନେଜ୍ ବ୍ୟବସ୍ଥା ବିଷୟରେ ଅଭିଯୋଗ ଆସିଥିଲା। ଜିଲ୍ଲାପାଳ ଯେତେକ ଆଇନଗତ ଅଭିଯୋଗ ରହିଛି ତାକୁ ବିଚାରକରି ତୁରନ୍ତ ତଦନ୍ତ କରି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ଓ ବିଭିନ୍ନ ବିଭାଗ କୁ ନିର୍ଦେଶ ଦେଇଥିଲେ । କିଛି ସମସ୍ୟା ପ୍ରସଙ୍ଗ ରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ତତ୍କାଳ ସମାଧାନ କରିଥିବା ବେଳେ ଆଉ କିଛି ସମାଧାନ ପାଇଁ ନିର୍ଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *