ଲୋକସେବା ଭବନ ପରିସରରେ ରାଜସ୍ୱ ବିଭାଗ ସାଂସ୍କୃତିକ ସଂଘ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର,୧୭/୦୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜସ୍ୱ ବିଭାଗ ସାଂସ୍କୃତିକ ସଂଘ ପକ୍ଷରୁ ଲୋକସେବା ଭବନ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ରେଡ୍‌କ୍ରସ୍‌ ସହାୟତାରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ସେ୍ୱଚ୍ଛାକୃତ ରକ୍ତଦାତାମାନେ ‘ରକ୍ତଦାନ ମହତ ଦାନ’ ଭାବଧାରାରେ ଅନୁପ୍ରାଣିତ ହୋଇ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ । ଏହି ଶିବିରରୁ ୬୨ ଗୋଟି ରକ୍ତ ୟୁନିଟ୍‌ ସଂଗ୍ରହ ହୋଇଥିଲା ।

ରାଜସ୍ୱ ବିଭାଗର ସାଂସ୍କୃତିକ ସଂଘର ସଭାପତି ଶୁଭେନ୍ଦୁ ଦେବ ଆଚାର୍ଯ୍ୟ, ସମ୍ପାଦକ ମନୋରଞ୍ଜନ ପଟ୍ଟନାୟକ, ଉପସଭାପତି ସତ୍ୟଭୂଷଣ ନାୟକ, ଯୁଗ୍ମ ସମ୍ପାଦକ ଅଜିତ୍‌ କୁମାର ସାହୁ ଏହି ଶିବିର ପରିଚାଳନା କରିଥିଲେ । ଏହି ଅବସରରେ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

-0-

ବିଭୂତି ନାୟକ,ସୂଚନା ଅଧିକାରୀ ଙ୍କସୌଜନ୍ୟରୁ

Leave a Reply

Your email address will not be published. Required fields are marked *