କଟକ,୦୧/୦୭/୨୦୨୫(ଓଡ଼ିଶା ସମାଚାର)- ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମାହାଲୋ ନୋହିସଙ୍କ ଜନ୍ମଦିବସ ଅବସରରେ ୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ-୨୦୨୫ ପାଳିତ ହୋଇଯାଇଛି । ଏହା ସହ ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟସ୍ଥିତ ପରିସଂଖ୍ୟାନ ଉପବିଭାଗ ଅଧିନସ୍ଥ କେନ୍ଦ୍ରୀୟ ପରିସର ସଭାଗୃହଠାରେ ଯୁଗ୍ମ ନିର୍ଦ୍ଧେଶକ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟର ଉପନିର୍ଦ୍ଧେଶକ ବିଶ୍ୱରଞ୍ଜନ ଦାଶ ସମସ୍ତ କାର୍ଯ୍ୟ ସଂଚାଳନ ସହ ୭୫ ବର୍ଷ ଜାତୀୟ ନମୁନା ସର୍ଭେକ୍ଷଣ ସମ୍ପର୍କରେ ଆଲୋକପାତ କରିଥଲେ ।
ଏହି ପରିପ୍ରେକ୍ଷୀରେ ଜିଲାସ୍ତରୀୟ ଏକ କର୍ମଶାଳା ଅନୁଷ୍ଠିତ ହେଇଥିଲା । କର୍ମଶାଳାରେ ଡଃ. ଅର୍ଚ୍ଚନା ପାଣିଗ୍ରାହୀ ଯୋଗଦେଇ ବିଭିନ୍ନ ବିଭାଗରେ ବ୍ୟବହୃତ ହେଉଥିବା ପରିସଂଖ୍ୟାନ ବିଷୟରେ ଆଲୋକପାତ କରିଥିଲେ । ସେହିପରି ବିମ୍ବାଧର ସେଠୀ, ଯୁଗ୍ମ ନିର୍ଦ୍ଧେଶକ, ପଂଚାୟତିରାଜ ଓ ପାନୀୟଜଳ ବିଭାଗ, ଓଡିଶା ସରକାର ଯୋଗ ଦେଇ ପରିସଂଖ୍ୟାନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଡକ୍ଟର ବିଜ୍ଞାନା ନନ୍ଦ ମହାନ୍ତ, ଚନ୍ଦ୍ର ମୋହନ ଚାନ୍ଦ, ଜିଲା କୃଷି ଅଧିକାରୀ ଉପସ୍ଥିତ ରହି କୃଷି ବିଭାରେ ପରିସଂଖ୍ୟାନର ଉପଯୋଗ କରାଯାଏ ସେହି ବିଷୟରେ ଆଲୋକପାତ କରିଥିଲେ । ବୈଠକରେ ଯୋଜନା ଓ ପରିସଂଖ୍ୟାନ କାର୍ଯ୍ୟାଳୟ କଟକର ସମସ୍ତ ଅଧିକାରୀ, କ୍ଷେତ୍ରୀୟ କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ରାମଚନ୍ଦ୍ର ମଲ୍ଲିକ ଧନ୍ୟବାଦ୍ ଦେଇଥିଲେ ।
