ଭୁବନେଶ୍ୱର,୧୨/୦୮/୨୦୨୫ (ଓଡ଼ିଶା ସମାଚାର /ପିଆଇବି) : ମହାତ୍ମା ଗାନ୍ଧୀ ମାର୍ଗରେ ସ୍ୱାଧୀନତା ଦିବସ ପରେଡ୍ ୨୦୨୫ ଅବସରରେ ଭୁବନେଶ୍ୱରର ବିଭିନ୍ନ ରାସ୍ତାରେ ୩ ଦିନ ପାଇଁ ଭୁବନେଶ୍ୱର-କଟକ ପୁଲିସ କମିସନରେଟ ଟ୍ରାଫିକ୍ କଟକଣା ଜାରି କରିଛି । ମହାତ୍ମା ଗାନ୍ଧୀ ମାର୍ଗ ଏବଂ ଏହାର ନିକଟତମ ଅଂଚଳରେ ଅଗଷ୍ଟ ୧୨ ତାରିଖ ଅପରାହ୍ନ ୨ଟାରୁ ସନ୍ଧ୍ର୍ୟା ୬ଟା ପର୍ଯ୍ୟନ୍ତ, ଅଗଷ୍ଟ ୧୩ ତାରିଖ ସକାଳ ୭ଟାରୁ ୧୧.୩୦ ପର୍ଯ୍ୟନ୍ତ ଏବଂ ଅଗଷ୍ଟ ୧୫ ତାରିଖ ସକାଳ ୬ଟାରୁ ପରେଡ୍ କାର୍ଯ୍ୟକ୍ରମ ସମାପ୍ତ ହେବା ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ଜାରି ରହିବ ।
ଏଥି ସହିତ ଅଗଷ୍ଟ ୧୫ ତାରିଖ ସକାଳ ୬ଟାରୁ ପରେଡ୍ ସମାପ୍ତି ପର୍ଯ୍ୟନ୍ତ ପିଏମଜି ସ୍କୋୟାର ଏବଂ ମାଷ୍ଟର କ୍ୟାଣ୍ଟିନ୍ ସ୍କୋୟାର ମଧ୍ୟରେ ଗ୍ୟାସ୍ ବେଲୁନ୍ ବିକ୍ରୟ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏହି ନିର୍ଦ୍ଧେଶର ଉଲ୍ଲଂଘନ ଓଡ଼ିଶା ସହରାଂଚଳ ପୁଲିସ ଆଇନ ୨୦୦୩ ର ଧାରା ୯୬ ଅନୁଯାୟୀ ଦଣ୍ଡନୀୟ ଅପରାଧ ।
ଏଥିପାଇଁ ସର୍ବନିମ୍ନ ୫୦୦ ଟଙ୍କା ଜୋରିମାନା ଓ ୧୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ବୋଲି କମିସନରେଟ୍ ପୁଲିସ ସତର୍କ କରାଇଦେଇଛି ।
