ଭୁବନେଶ୍ୱର, ୨୮/୯/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଫେଡେରେସନ୍ ଅଫ୍ ଇଣ୍ଡିଆ ଚାମ୍ବରସ୍ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ଲେଡିଜ ଅର୍ଗାନାଇଜେସନ ଫିକି ଫ୍ଲୋ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଏକ ଦୁଇଦିନିଆ ପ୍ରଦର୍ଶନୀ ନିକଟସ୍ଥ ହୋଟେଲ ପାଲ୍ହାଇଟ୍ସରେ ଉତ୍କଳ ଫ୍ଲୋ ବଜାରର ଉଦ୍ଯାପନୀ ସମାରୋହ ଆୟୋଜିତ ହୋଇଯାଇଛି | ଏହି ପ୍ରଦର୍ଶନୀରେ ହାଇଦ୍ରାବାଦ, କୋଲକାତା, ରାୟପୁର, ନୂଆଦିଲ୍ଲୀ, ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରୁ ବହୁପ୍ରକାରର ଉତ୍ପାଦମାନ ଏହିପ୍ରଦର୍ଶନୀରେ ପ୍ରଦର୍ଶିତ ହୋଇଥିଲା ।
ପରିଦର୍ଶକମାନେ ଏହି ପ୍ରଦର୍ଶନୀ କୁ ଆସି ବିଭିନ୍ନ ପ୍ରଡକ୍ଟର ଭରପୁର ମଜା ସହ ସ୍ୱତନ୍ତ୍ର ରିହାତିର ମଧ୍ୟ ମଜା ଉଠାଇପାରିଥିଲେ । ଉଭୟ ଫିକିଫ୍ଲୋ ସଦସ୍ୟ ତଥା ଅନ୍ୟାନ୍ୟ ଅଣଫ୍ଲୋ ସଦସ୍ୟ ଏଠାରେ ଅଂଶଗ୍ରହଣକାରୀ ଭାବେ ଯୋଗ ଦେଇ ଉତ୍ସ|ହର ସହ ଏହି ପ୍ରଦଶନୀରେ ଯୋଗ ଦେଇ ଏହି ବଜାରରେ ନିଜର ଅନନ୍ୟ ସାମଗ୍ରୀ ଉପଲବ୍ଧ କରିଥିଲେ । ବିଭିନ୍ନ ପ୍ରକାରର ଫ୍ୟାଶନେବଲ ପୋଷାକ, ଘରସାଜସଜ୍ଜା, ହସ୍ତତନ୍ତ, ସ୍ୱତନ୍ତ୍ର ଅଳଙ୍କାର ଏବଂ ବିଭିନ୍ନ ପ୍ରକାରର ଖାଦ୍ୟ ସହ ଭିନ୍ନଭିନ୍ନ କ୍ଷେତ୍ରର ଉତ୍ପାଦ ମାନ ଏହି ଉତ୍କଳ ଫ୍ଲୋ ବଜାରର ଚଳିତ ସଂସ୍କରଣରେ ପରିଦର୍ଶକମାନେ ଏକ ମୁଖ୍ୟ ଆକର୍ଷଣ ଥିଲା ।
ଏହି ବଜାର ସମ୍ବନ୍ଧରେ ଅଧ୍ୟକ୍ଷା ରଶ୍ମୀ ସାହୁ କହିଥିଲେ ଯେ, ଏହା ଏକ ସୁଯୋଗ ଯେଉଁଠି ଗୋଟେ ଛାତ ତଳେ ରାଜ୍ୟର ପ୍ରତିଭାଶାଳୀ ଉଦ୍ୟୋଗୀ ମାନେ ଏକତ୍ରିତ ହୋଇ ସେମାନଙ୍କ ନୂତନ ଅନନ୍ୟ ଉତ୍ପାଦ ମାନ ପ୍ରଦର୍ଶନ କରିବାର ଏହା ଏକ ସ୍ଥାନ ଯାହା ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂନୀୟ ।
ଏହି ଉତ୍କଳ ଫ୍ଲୋବଜାରରେ ପ୍ରାୟ ୩୦ଟି ଷ୍ଟଲ୍ ଜରିଆରେ ଉଦ୍ୟୋଗୀମାନେ ସ୍ଥାନୀୟ କାରିଗରମାନଙ୍କ କଳାକୃତି ସହ ଫାଶନେବଲ ଉତ୍ପାଦମାନ ସୁଲଭ ମୂଲ୍ୟରେ ପ୍ରଦାନ କରିବା ସହ ସେମାନଙ୍କ ଭିନ୍ନ ଭିନ୍ନ ଅନନ୍ୟ ଉତ୍ପାଦମାନ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ | ଯାହା ପରିଦର୍ଶକଙ୍କ ଆକର୍ଷଣର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଥିଲା | ଏହି ପ୍ରଦର୍ଶନୀରେ ବହୁସଂଖ୍ୟାରେ ପରିଦର୍ଶକ ମାନେ ଯୋଗ ଦେଇ ବିଭିନ୍ନ ପ୍ରକାର ଉତ୍ପାଦମାନ ରିହାତି ମୂଲ୍ୟରେ କିଣିବା ସହ ଏବଂ ସୁଷମ ଖାଦ୍ୟର ମଜା ଉଠାଇ ଥିଲେ ।