ଭି. ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମଙ୍କ ଶୋକ

ଭୁବନେଶ୍ୱର,୧୦/୦୨/୨୦୨୪ (ଓଡ଼ିଶା ସମାଚାର)- ଖଲ୍ଲିକୋଟ ରାଣୀ, ବର୍ଷୀୟାନ ନେତ୍ରୀ ତଥା ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ବିୟୋଗରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଗଭୀର ଶୋକ ପ୍ରକାଶ କରିଛନ୍ତି।

 ଜଣେ ସୁଦକ୍ଷ ମହିଳା ନେତ୍ରୀ ହିସାବରେ କେବଳ ଗଞ୍ଜାମର ନୁହେଁ ଓଡ଼ିଶାର ରାଜନୈତିକ ଇତିହାସରେ ତାଙ୍କ ନାମ ସ୍ବର୍ଣ୍ଣଅକ୍ଷରରେ ଲିପିବଦ୍ଧ ହୋଇରହିବ। ତାଙ୍କ ଆଦର୍ଶ ଜୀବନ ସମଗ୍ର ଓଡିଶାର ମହିଳା ମାନଙ୍କ ପାଇଁ ଅନୁକରଣୀୟ ବୋଲି ଶ୍ରୀମତୀ ହେମ୍ବ୍ରମ ତାଙ୍କ ଶୋକ ବାର୍ତ୍ତା ରେ ପ୍ରକାଶ କରିଛନ୍ତି ।

ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିବା ସହ ତାଙ୍କ ସ୍ଵର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି।

                                                                           -0-

Leave a Reply

Your email address will not be published. Required fields are marked *